Author: Purva Paksha

ଓଏଏସ୍‍ ଅଧିକାରୀ ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ ପୁଲିସ ତଥାକଥିତ ମୁଖ୍ୟ ଅଭିଯୁକ୍ତ, କିଙ୍ଗପିନ୍‍ ଆଖ୍ୟା ଅର୍ଜନ କରିଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ପୁଲିସ ଗିରଫ କରିଛି। ଏହାପରେ ଦ୍ୱିତୀୟ ଓ ତୃତୀୟ ଦାବିକୁ ପଛରେ ପକାଇ ଓଏଏସ୍‍ ସଂଘ ଗଡ଼ ଜିତିବାର ଆତ୍ମତୃପ୍ତି ଅର୍ଜନ କରି କାର୍ଯ୍ୟରେ ଯୋଗ ଦେବାକୁ ଘୋଷଣା କରିଛନ୍ତି। ଜଣେ ଅଣ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ଶିକ୍ଷା ଦେବା ଅର୍ଥରେ ଏହା ତାଙ୍କର ବିଜୟ ବୋଲି ଗ୍ରହଣ କରିଛନ୍ତି ସଂଘର କର୍ମକର୍ତ୍ତା। ଅନ୍ୟ ପକ୍ଷରେ ଓଏଏସ୍‍ ସଂଘର ଦାବିକୁ ସ୍ୱୀକାର କରି ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ସରକାର ମଧ୍ୟ ଆଇନର ଶାସନକୁ ଗୁରୁତ୍ୱ ଦେଉଥିବା ନେଇ ବାହାବା ଅର୍ଜନ କରିଛନ୍ତି। ଏହା ବି ସରକାରଙ୍କ ବିଜୟ। ସେହିପରି ସରକାର ଓ ଅଫିସରଙ୍କ ଭିତରେ ଚାଲିଥିବା ଲଢ଼େଇରୁ ସାଧାରଣ ଜନତାଙ୍କ ସ୍ୱାର୍ଥ ରକ୍ଷା ଲାଗି ଆତ୍ମସମର୍ପଣ କରି ମହାନତା ଗ୍ରହଣ…

Read More