Author: Purva Paksha

ଶୀର୍ଷକଟି ଆପଣଙ୍କ ମନରେ ସଂଶୟ ଆଣୁଥିବ। ଗୋଟିକ ପରେ ଗୋଟିଏ ଦୁର୍ଘଟଣା ରାଜ୍ୟର ମିଡିଆ ଚର୍ଚ୍ଚା ଓ ବିରୋଧୀ ଦଳଙ୍କ ପାଇଁ ଖୋରାକି ଯୋଗାଉଥିବାବେଳେ ଏମିତି ଏକ ପ୍ରସଙ୍ଗକୁ ଆଜି କାହିଁକି ବାଛିଲି। ତା’ର କାରଣ ପଛରେ ଓଡ଼ିଶାର ବିଶାଳ ରାଜନୀତିକ ଇତିହାସ ରହିଛି। ସେହି ବାସଭବନର ଇତିହାସକୁ ଆଜି ଆଲୋଚନା କରିବା। ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ ଠିକଣା ବଦଳାଇଛନ୍ତି। ମହାତ୍ମା ଗାନ୍ଧି ମାର୍ଗରୁ ରାଜଭବନ ମାର୍ଗକୁ ସେ ତାଙ୍କ ଅଫିସିଆଲ୍‍ ରେସିଡେନ୍ସ ବା ସରକାରୀ ବାସଭବନକୁ ବଦଳାଇଛନ୍ତି। ଏହାର ଅର୍ଥ ଆପଣ ବୁଝିବା ଅନୁଚିତ ଯେ ସେ ମହାତ୍ମା ଗାନ୍ଧି ମାର୍ଗର ସରକାରୀ ବାସଭବନକୁ ସମ୍ପୃକ୍ତ ବିଭାଗକୁ ହସ୍ତାନ୍ତରଣ କରିଛନ୍ତି। ବରଂ ଏହି ସରକାରୀ ଗୃହ ସହ ତାଙ୍କର ଆହୁରି ୪ଟି ଭିନ୍ନ ଭିନ୍ନ ଠିକଣା ରହିଛି, ସରକାରୀ ଭାବେ। ଭୁବନେଶ୍ୱରସ୍ଥିତ ରାଜ୍ୟଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦୁଇଟି କୋଠରୀ ଏଯାଏ ମୁଖ୍ୟମନ୍ତ୍ରୀଙ୍କ…

Read More