Author: Purva Paksha

ବିଜେପିକୁ ଇମ୍ପୋର୍ଟେଡ୍‍  ହୋଇଥିବା ନେତାମାନେ ଏବେ ରାଜ୍ୟ ସଂଗଠନରେ ଅଲୋଡ଼ା ହେଲେଣି। ଯେଉଁମାନେ ଦଳକୁ ନିର୍ବାଚନ ସମୟରେ ପ୍ରବେଶ କରିଛନ୍ତି ସେମାନଙ୍କ ସଫଳତା ଓ ସଂଗଠନକୁ ଏବେ ଦଳ ଖାତିର କରୁନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କିଛିନେତା ଗର୍ଜନ କରୁଛନ୍ତି ତ ଆଉ କେତେ ନେତା ମୈଦାନରୁ ଉଭେଇ ଯାଇଛନ୍ତି। ଏମିତି ମୈଦାନରୁ ଉଭେଇ ଯାଇଥିବା ନେତାଙ୍କ ଭିତରେ ରହିଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ। ଯିଏ ଦିନେ ଗଞ୍ଜାମ ରାଜନୀତିରୁ ନବୀନଙ୍କ ପ୍ରଭାବକୁ ଖିନ୍‍ ଭିନ୍‍ କରି ବିଜେପିକୁ ବିଜୟ ଦେଇଥିଲେ ଆଜି ସେ ନିଷ୍ପ୍ରଭ ପ୍ରାୟ। ନା ଦଳ ନା କଳ କେଉଁଠି ତାଙ୍କୁ ଦେଖିବାକୁ ମିଳୁନି। ରାଜ୍ୟରେ କ୍ଷମତା ପରିବର୍ତ୍ତନକୁ ଏକ ବର୍ଷରୁ ଉର୍ଦ୍ଧ୍ଵ ସମୟ ବିତିଲାଣି। ଗତ ସାଧାରଣ ନିର୍ବାଚନରେ ଅନେକ ବିଜେଡି ନେତା ବିଜେପିକୁ ଆସି ଦଳର ସମ୍ପତ୍ତି ହୋଇଥିଲେ। ବିଜୟ ଦେଇଥିଲେ। ହେଲେ ସେମାନଙ୍କ ଭିତରୁ ଅନେକ ନେତା ଏବେ ଅଲୋଡ଼ା…

Read More