Author: Purva Paksha

ଆଉ କିଛିଦିନ ପରେ ଉପରାଷ୍ଟ୍ରପତି ନିର୍ବାଚନ। ହଠାତ୍‍ ଏନ୍‍ଡିଏର ଉପରାଷ୍ଟ୍ରପତି ଗାଦି ଛାଡ଼ି ଚାଲିଯିବା ପରେ ଏ ଆସନଟି ଖାଲି ପଡ଼ିଛି। ଆଉ ସାମ୍ବିଧାନିକ ବ୍ୟବସ୍ଥାକୁ ଆଖିରେ ରଖି ନିର୍ବାଚନ କମିଶନ ଏହାକୁ ଯଥାଶୀଘ୍ର ପୂରଣ କରିବାକୁ ସେପ୍ଟେମ୍ବର ୯ ତାରିଖକୁ ନିର୍ବାଚନ ତାରିଖ ଭାବେ ଘୋଷଣା କରିଛନ୍ତି। ଏହିକ୍ରମରେ ନିର୍ବାଚନ କମିଶନଙ୍କ ଦ୍ୱାରା ନିର୍ବାଚନ କଲେଜ ଘୋଷଣା କରାଯାଇଛି। ବିଜେଡିର ୭ ସାଂସଦଙ୍କୁ ମିଶାଇ ଏହି କଲେଜରେ ସମୁଦାୟ ୭୮୨ ସଦସ୍ୟ ଭୋଟ ଦେବାକୁ ଯୋଗ୍ୟ ହୋଇଛନ୍ତି। ଯଦିଓ ବିଜେଡିର ନଗଣ୍ୟ ସଂଖ୍ୟା ଏ ନିର୍ବାଚନକୁ ପ୍ରଭାବିତ କରିବ ନାହିଁ, କିନ୍ତୁ ଏହି ନିର୍ବାଚନ ବିଜେଡିରେ ଆକସ୍ମିକ ଭାବେ ଏକ ରାଜନୀତିକ ସଙ୍କଟ ସୃଷ୍ଟିକରିବାକୁ ଯାଉଛି। ବିଜେଡିରେ ସଙ୍କଟ କିଛି ନୂଆ କଥା ନୁହେଁ। କ୍ଷମତାରୁ ଯିବା ପରେ ପ୍ରତିଦିନ ନୂଆ ନୂଆ ସଙ୍କଟକୁ ସାମ୍ନାକୁ କରୁଛି ଦଳ। କିଛିଦିନ ତଳେ କିଛି ବରିଷ୍ଠ ନେତାଙ୍କୁ ସଙ୍କଟ ଭାବେ ନବୀନ…

Read More