Author: Purva Paksha

ଆମ ରାଜ୍ୟରେ ମହିଳାଙ୍କ ବିରୋଧରେ ଅପରାଧ ସର୍ବଦା ସାମାଜିକ ଓ ରାଜନୀତିକ ଚର୍ଚ୍ଚାର ବିଷୟ ହୋଇ ରହିଆସିଛି। ବିଜୁ ବାବୁଙ୍କ ସମୟର କଥା କୁହନ୍ତୁ କି ଜାନକୀ ବାବୁଙ୍କ ଶାସନ ସମୟ ଅଥବା ନବୀନ ବାବୁଙ୍କ ସମୟରେ ମହିଳା, ଝିଅମାନଙ୍କ ସୁରକ୍ଷାକୁ ନେଇ ଆନ୍ଦୋଳନ ହୋଇଛି। ସମାଲୋଚନା ହୋଇଛି। ସରକାର ବିରୋଧୀ ମତ ସୃଷ୍ଟି ହୋଇଛି। ରାଜ୍ୟରେ ଗଲା ଦଶବର୍ଷରେ ଯେମିତି ମହିଳାଙ୍କ ବିରୋଧରେ ଅପରାଧ ବଢ଼ିଛି; ୧୫ ହଜାର ଝିଅ ବୋହୂଙ୍କୁ ଯେମିତି ବଳାତ୍କାର କରାଯାଇଛି ତାହା କୌଣସି ସଭ୍ୟ ସମାଜରେ କେବେ ଗ୍ରହଣୀୟ ହେବ ନାହିଁ। ଆଉ ନିକଟରେ ବଳଙ୍ଗା ଝିଅଟି ପ୍ରତି ହୋଇଥିବା ଅପରାଧକୁ ନେଇ ଯେଉଁ ପ୍ରକାରେ ପୁଲିସ ଆଭିମୁଖ୍ୟ ଗ୍ରହଣ କରୁଛି ତାହା ଏକ ନୂଆ ଦିଗ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ପ୍ରଥମରୁ କହି ରଖୁଛି ଏହା ଏକ ଅତି ସମ୍ବେଦନଶୀଳ ବିଷୟ। ଏ ବିଷୟକୁ ଯେତେ ଆଲୋଚନା କରିବା ତାହା ରାଜନୀତିକ…

Read More