Author: Purva Paksha

ବାବୁ ଶାସନ ଭଲ ନା ନେତା ଶାସନ? ଯଦିଓ ଆମ ଦେଶର ସମ୍ବିଧାନ ଲୋକଙ୍କ ଦ୍ୱାରା ନିର୍ବାଚିତ ନେତାଙ୍କୁ ହିଁ ଶାସନ କରିବାକୁ କ୍ଷମତା ଦେଇଛି କିନ୍ତୁ ବିଗତ କିଛିବର୍ଷ ହେଲା ରାଜ୍ୟରେ ଆଇଏଏସ୍‍ ଓ ଅନ୍ୟ ସେବାର ବାବୁମାନେ ଯେଉଁଭଳି କ୍ଷମତା ଭୋଗ କରୁଥିଲେ ସେତେବଳେ ବାବୁ ଶାସନକୁ ଲୋକେ ଅନୁଭବ କରୁଥିଲେ। ଏଣୁ ନୂଆ ସରକାର ତାଙ୍କ ସରକାରଙ୍କୁ ଲୋକଙ୍କ ସରକାର ଭାବେ ପରିଚିତ କରିବାକୁ ଲାଗି ପଡ଼ିଛନ୍ତି। ହେଲେ ଏଇ କିଛିଦିନ ଭିତରେ ରାଜ୍ୟର ଶାସନ ପୂର୍ବଭଳି କଡ଼ା, ଶକ୍ତ ହୋଇପାରୁନଥିବା ଅଭିଯୋଗ ହୋଇଛି। ଗାଁ ଗଣ୍ଡାରେ କୁଜି ନେତା କ୍ଷମତାଶାଳୀ ହେବା, ପୁଲିସ ଶାସନ ନରମ ହେବା ଏବଂ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିଯିବା ଭଳି ଅଭିଯୋଗ ହେଉଛି। ତା’ ସହ ବାବୁମାନଙ୍କ କଳା କାରନାମା ବି ପଦାକୁ ଆସୁଛି। ଏଭଳି ମୁହୂର୍ତ୍ତରେ ଗୋଟିଏ ପ୍ରଶ୍ନ ମନକୁ ଆସୁଛି ତାହା ହେଲେ ରାଜ୍ୟର ଉନ୍ନତି…

Read More