Author: Purva Paksha

ଚଳିତ ବର୍ଷର ପାର୍ବଣ ପାଇଁ ଘରୋଇ ଅଟୋ ବଜାରରେ ରେକର୍ଡ ପରିମାଣର କାରବାର ହୋଇଛି। ଏପରିକି ଖୁଚୁରା ଯାନ ବିକ୍ରିରେ ଉଲ୍ଲେଖନୀୟ ଅଭିବୃଦ୍ଧି ସାଙ୍ଗକୁ ସବୁ କ୍ଷେତ୍ରର ଯାନ ବିକ୍ରିରେ ଚାହିଦା ବୃଦ୍ଧି ଦେଖିବାକୁ ମିଳିଛି। ବିଶେଷକରି ପାର୍ବଣ ଉପହାର ଓ ଆକର୍ଷଣୀୟ ରିହାତି ସୁବିଧା ଖୁଚୁରା ଯାନ ବିକ୍ରିର ପରିମାଣକୁ ପୂର୍ବ ବର୍ଷ ଅପେକ୍ଷା ବଢ଼ାଇ ଦେଇଛି ବୋଲି ଫେଡେରେସନ ଅଫ୍ ଅଟୋମୋବାଇଲ ଡିଲର୍ସ ଆସୋସିଏସନ ( ଏଫ୍ଏଡିଏ ବା ଫାଡା)ର ଓଡ଼ିଶା ଶାଖା ପକ୍ଷରୁ ବିସ୍ତୃତଭାବେ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୪ ଅକ୍ଟୋବରରେ ଓଡ଼ିଶା ଅଟୋ ବଜାରର ଯାନ ବିକ୍ରି ୧,୦୮,୧୦୪ ୟୁନିଟ୍ ଥିଲାବେଳେ ୨୦୨୩ ଏହି ଅବଧି ମଧ୍ୟରେ ଗାଡି ବିକ୍ରି ୮୭,୨୭୪ ୟୁନିଟ୍ ଥିଲା। ଏପରିକି ଗତ ବର୍ଷ ତୁଳନାରେ ଚଳିତ ବର୍ଷର ଗାଡ଼ି ବିକ୍ରି ପ୍ରାୟ ୨୪% (୨୩.୮୭%) ବୃଦ୍ଧି ଘଟିଛି ବୋଲି ଫାଡା ଓଡ଼ିଶା ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଉଭୟ ସହରାଞ୍ଚଳ…

Read More