Author: Purva Paksha

ମହିଳା କମିଶନ ଅଧ୍ୟକ୍ଷ ପଦରୁ ମିନତୀ ବେହେରା ହଟିଛନ୍ତି । ମିନତୀଙ୍କ ପଦଚ୍ୟୁତ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂଆ ସରକାର ଆସିବା ପରେ ଗତ ଅକ୍ଟୋବର ମାସରେ ମହିଳା କମିଶନ ଭଙ୍ଗ ହେବା ପରେ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ରହିଥିବା ମିନତୀ ବେହେରାଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍କାଳ ପ୍ରଭାବରୁ ବରଖାସ୍ତ କରାଯାଇଥିଲା । ହେଲେ ଏନେଇ କୌଣସି ସୂଚନା ପାଇନାହାନ୍ତି କହି ବରଖାସ୍ତ ପରେ ବି ନିୟମିତ କାର୍ଯ୍ୟକୁ ଆସୁଥିଲେ ମିନତୀ । ଏହାପରେ କାହିଁକି ତାଙ୍କର ପଦଚ୍ୟୁତି କରାଯିବ ନାହିଁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ କରାଯାଇଥିଲା । କାରଣ ଦର୍ଶାଅ ଚିଠିର ଉତ୍ତରରେ କିନ୍ତୁ ସରକାର ଖୁସି ନାହାନ୍ତି। ସନ୍ତୋଷଜନକ ଉତ୍ତର ନମିଳିବାରୁ ମିନତୀଙ୍କୁ ପଦରୁ ଅପସାରଣ କରାଯାଇଛି । ସୂଚନାଯୋଗ୍ୟ; ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ…

Read More