Author: Purva Paksha

ଅପରାହ୍ନ ସାଢ଼େ ୩ଟାରୁ ୪ଟା ମଧ୍ୟରେ ବାନା ଶ୍ରୀମନ୍ଦିରରେ ଲାଗିବ। ଶ୍ରୀମନ୍ଦିରରେ ସଂଧ୍ୟା ବଦଳରେ ଅପରାହ୍ନରେ ଧ୍ୱଜା ବନ୍ଧା ନୀତି ପାଳନ କରାଯିବ। କାର୍ତ୍ତିକ ମାସରେ ଶ୍ରୀମନ୍ଦିର ଭିତରେ ଶ୍ପ୍ରରଦ୍ବଧାଳୁମାନଙ୍ଳକର ଭିଡ଼ ହେଉଛି। ସଂଧ୍ୟାରେ ଧ୍ୱଜା ବନ୍ଧା ନୀତିବେଳେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିର ଭିତରେ ରହି ଏହାକୁ ଦେଖୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିକଳ୍ପ ବ୍ୟବସ୍ଥା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଛି। ଅପରାହ୍ନ ସାଢ଼େ ୩ଟାରୁ ୪ଟା ମଧ୍ୟରେ ବାନା ଶ୍ରୀମନ୍ଦିରରେ ଲାଗିବ। ଏଥିପାଇଁ ଚୁନରା ସେବାୟତଙ୍କ ସମେତ ଧ୍ୱଜା ବନ୍ଧା ସେବାରେ ନିୟୋଜିତ ଥିବା ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଜାରି ହୋଇଛି। ଜଣେ ଚୁନରା ସେବାୟତ କହିଛନ୍ତି,  ସନ୍ଧ୍ୟା ୫ଟା ବେଳେ ଧ୍ୱଜା ବନ୍ଧା ହେଉଥିଲା। ହେଲେ ଶ୍ରୀମନ୍ଦିର ପ୍ରଶାସନ ୩ଟାରୁ ୪ଟା ମଧ୍ୟରେ ଶ୍ରୀମନ୍ଦିରରେ ବାନା ବାନ୍ଧିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନର ଏହି ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ। ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ଗହଳି ହେଉଛି। ଧ୍ୱଜା…

Read More