Author: Purva Paksha

ଦେଶର ସର୍ବପୂରାତନ ରାଜନୀତିକ ଦଳ ପାଇଁ ଆସ୍ଥା ଓ ଭରସାର ସଙ୍କଟ ପୁଣିଥରେ ଉଜାଗର ହୋଇଛି। ଏ ସଙ୍କଟ ଉଭୟ ଦଳ ଭିତରେ ଓ ଦଳ ବାହାରେ ରହିଛି। ଗୋଟିଏ ପରିବାର ଓ ଜଣେ ନେତାଙ୍କୁ ସୁରକ୍ଷିତ କରିବା ପାଇଁ ଦଳ ବାରମ୍ବାର ସମାଲୋଚିତ ହେଉଥିଲେ ମଧ୍ୟ ସତର୍କ ହୋଇପାରୁନାହିଁ। ସରକାରଙ୍କୁ ବିରୋଧ କରିବାକୁ ଯାଇ ଜାତୀୟ ସଂହତି, ଏକତା, ସମ୍ବିଧାନିକ ମନ୍ତ୍ରକୁ ସମ୍ପୃକ୍ତ ନେତା ଭୁଲି ଯାଉଥିବା ବି ଚର୍ଚ୍ଚା ହେଉଛି। ଏହିକ୍ରମରେ ସୁପ୍ରିମକୋର୍ଟ ବିରୋଧୀ ଦଳ ନେତାଙ୍କୁ ନେଇ ଦେଇଥିବା ମନ୍ତବ୍ୟ ଏବେ ସାରାଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ଲୋକସଭାରେ ବିରୋଧୀ ଦଳ ନେତାଭାବେ ଅଭିଷିକ୍ତ ରାହୁଲ ଗାନ୍ଧିଙ୍କ ରାଜନୀତିକ ପ୍ରବେଶ ତାଙ୍କ ଜନ୍ମରୁ ହିଁ ହୋଇଛି। ବାପାଙ୍କ ଅଜା, ଜେଜେମା’ ତଥା ତାଙ୍କ ବାପା ଏ ଦେଶର ପ୍ରଧାନମନ୍ତ୍ରୀ ଆସନରେ ବସିଛନ୍ତି। ସେ ମଧ୍ୟ ଏ ଦେଶର ପ୍ରଧାନମନ୍ତ୍ରୀ ହେବା ପାଇଁ ଉପଯୁକ୍ତ ପ୍ରାର୍ଥୀ ବୋଲି କଂଗ୍ରେସ…

Read More