Author: Purva Paksha

ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ। ଓଡ଼ିଶାର ଲୋକମାନେ ନବୀନ ପଟ୍ଟନାୟକଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତୁତ ହେଲେଣି। ଏକଥା ବିଜେଡିର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ ଖୋଲାମଞ୍ଚରେ ଲୋକମାନଙ୍କୁ ସଂଖ୍ୟା ଗଣିତ ବୁଝାଇଥିଲେ। ଅତନୁଙ୍କର ଏହି ମନ୍ତବ୍ୟକୁ ଉପରେ ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର ବିଜେଡିକୁ ଆଜି କଟାକ୍ଷ କରିଛନ୍ତି। ଜୟନାରାୟଣ କହିଛନ୍ତି, କଂଗ୍ରେସ ସହ ମିଶି ବିଜେଡି ସରକାର କରିବ ବୋଲି କହୁଛି, କିନ୍ତୁ ବିଜେଡି ରହିଲେ ତ’? ବିଜେଡି ପାର୍ଟିର ଆୟଷ ବହୁତ କମ୍। ସେ ଆଉ କେତେ ଦିନ ବଞ୍ଚିବ? ଏବେ ବିଜେଡି ଆଇସିୟୁରେ ଅଛି। ବିଜେଡି ବଞ୍ଚିବ, ପୁଣିଥରେ ଆଗକୁ ବଢ଼ିବ ଓ ସରକାର କରିବ। ଏଭଳି ସ୍ୱପ୍ନ ଦେଖିବା ପାଇଁ କାହାକୁ ମନା ନାହିଁ। ଏହାକୁ ଆମେ ସ୍ୱାଗତ କରୁଛୁ। ହେଲେ ବିଜେଡି ଖଣ୍ଡ ଖଣ୍ଡ ହେବାକୁ ବସିଲାଣି। ଦଳକୁ ବଞ୍ଚାଇବା ପାଇଁ ବିଜେଡିର ନେତାମାନେ ଏପରି…

Read More