Author: Purva Paksha

ନଭେମ୍ବର ପହିଲାରୁ ଲାଗୁ ହୋଇଥିବା ଏହି କଟକଣା ଆସନ୍ତା ବର୍ଷ ମେ’ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିଥିବାରୁ ୫୦ ହଜାର ମତ୍ସ୍ୟଜୀବୀ ପ୍ରଭାବିତ ହୋଇଛନ୍ତି ବୋଲି ଓଡ଼ିଶା ପାରମ୍ପରିକ ମତ୍ସ୍ୟଜୀବୀ ସଂଘ ସଭାପତି କହିଛନ୍ତି। ରାଜ୍ୟର କେନ୍ଦ୍ରପଡ଼ା ଜିଲ୍ଲାର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ, ଗଞ୍ଜାମର ଋଷିକୁଲ୍ୟା ନଦୀ ମୁହାଣ ଓ ପୁରୀର ଦେବୀ ବେଳାଭୂମିରେ ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ଆଗମନ ଓ ସାମୂହିକ ମିଳନ ପାଇଁ ଆସୁଥିବାରୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ମାଛଧରା ଉପରେ କଟକଣା ଲାଗୁ କରାଯାଇଛି। ଏହାଯୋଗୁଁ ପ୍ରଭାବିତ ପ୍ରାୟ ୧୬ ହଜାର ୫୦୦ ମତ୍ସ୍ୟଜୀବୀଙ୍କୁ ୧୫ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ। ବିଭାଗର ଉପନିର୍ଦ୍ଦେଶକ (ସାମୁଦ୍ରିକ) ରବି ନାରାୟଣ ପଟ୍ଟନାୟକ କହିଛନ୍ତି ଯେ, ୨୦୧୬ ମସିହାରେ ପ୍ରଥମ ଥର ପାଇଁ କେନ୍ଦ୍ରାପଡ଼ାର ୨୦୦୦ ମତ୍ସ୍ୟଜୀବୀଙ୍କୁ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ମାଛ ଧରିବାକୁ ବାରଣ କରାଯାଇଥିବାରୁ ବିଭାଗ ପକ୍ଷରୁ…

Read More