Author: Purva Paksha

ମାର୍କେଟରେ ରାଜୁତି କରିବ ଏୟାରଟ୍ୟାଗ୍, ସ୍ମାର୍ଟ ହୋମ୍ ପ୍ରଡକ୍ଟ, ମ୍ୟାକ୍‍ ବୁକ୍‍ ସିରିଜ ଡିଜିଟାଲ ଦୁନିଆର ରାଜା ‘ଆପଲ‘ ଆସନ୍ତା ବର୍ଷ ଅନେକ ନୂଆ ପ୍ରଡକ୍ଟ ଲଞ୍ଚ ପାଇଁ ପ୍ରସ୍ତୁତ ହେଉଛି । ଏହି ଆମେରିକୀୟ ଟେକ୍ କମ୍ପାନୀ ଆସନ୍ତା ବର୍ଷ ସ୍ମାର୍ଟ ଡିସପ୍ଲେ ଏବଂ ଅନ୍ୟାନ୍ୟ ସ୍ମାର୍ଟ ହୋମ୍ ଡିଭାଇସ୍ ମାଧ୍ୟମରେ ସ୍ମାର୍ଟ ହୋମ୍ ବଜାରରେ ଚାଞ୍ଚଲ୍ୟ ଖେଳାଇବ। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଆପଲ ଏହାର ଏୟାରଟ୍ୟାଗ୍ ଟ୍ରାକରକୁ ଅପଡେଟ୍ କରିଛି ଏବଂ ପରବର୍ତ୍ତୀ ପିଢ଼ିର ମଡେଲ୍ ଆସନ୍ତା ୨୦୨୫ ମଧ୍ୟଭାଗରେ ଲଞ୍ଚ ହେବାର ସମ୍ଭାବନା ରହିଛି। ଆପଲ୍ ଏୟାରଟ୍ୟାଗ୍ (ଦ୍ୱିତୀୟ ପିଢ଼ି): ଆପଲ୍‍ ତା’ର ପୁରୁଣା ଏୟାରଟ୍ୟାଗ୍‍କୁ ନୂଆ ଫଇଚର ସହ ଲଞ୍ଚ କରିବାକୁ ଯାଉଛି। ଏହାର ନାମ ରଖାଯାଇଛି ବି୫୮୯। ବର୍ତ୍ତମାନ ଏହାର ଉତ୍ପାଦନ ପରୀକ୍ଷଣ ଚାଲିଛି। ୨୦୨୫ ମଧ୍ୟଭାଗରେ ଏହାକୁ ଲଞ୍ଚ କରାଯିବ। ବ୍ଲୁମବର୍ଗର ମାର୍କ ଗୁରମନଙ୍କ କହିବା ଅନୁସାରେ, ଡିଜାଇନ୍‍ରେ ସେଭଳି ପରିବର୍ତ୍ତନ ହେବନାହିଁ।…

Read More