Author: Purva Paksha

୧୯୪୯ ନଭେମ୍ବର ୧୫ ରେ ଅମ୍ବାଲା ଜେଲରେ ଅଜବ ହଇଚଇ ସୃଷ୍ଟି ହୋଇଥିଲା । ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେ ଓ ନାରାୟଣ ଆପ୍ଟେଙ୍କୁ ସକାଳେ ଫାଶୀ ଦିଆଯାଇଥିଲା। ଗଡସେ ‘ଅଖଣ୍ଡ ଭାରତ’ ସ୍ଲୋଗାନ ଦେଇ ଫାଶୀଖୁଣ୍ଟରେ ଝୁଲି ପଡିଥିଲେ ଅନ୍ୟପକ୍ଷରେ ଆପ୍ଟେ ‘ଅମର ରହେ’ ସ୍ଲୋଗାନ ଦେଇଥିଲେ। ଫାଶୀ ଦିଆଯିବା ପରେପରେ ତୁରନ୍ତ ଅମ୍ବାଲା ଜେଲ୍ କର୍ତ୍ତୃପକ୍ଷ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ। ତାଙ୍କ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିବାକୁ ସରକାର ମନା କରିଦେଇଥିଲେ। ତେବେ ଏହା ପଛର କାରଣ କଣ ଥିଲା,ଆସନ୍ତୁ ଜାଣିବ। ଅହିଂସା ଏବଂ ହିନ୍ଦୁ-ମୁସଲିମ ଏକତା ପାଇଁ ମହାତ୍ମା ଗାନ୍ଧୀଙ୍କ ପ୍ରୟାସକୁ ଦେଶ ପାଇଁ ଯନ୍ତ୍ରଣାଦାୟକ ବୋଲି ଗଡସେ ବିବେଚନା କରୁଥିଲେ, ବିଶେଷକରି ବିଭାଜନ ସମୟରେ ସେ ଅନୁଭବ କରିଥିଲେ ଯେ ମହାତ୍ମା ଗାନ୍ଧୀ ହିନ୍ଦୁ ସମାଜକୁ କ୍ଷତି ପହଞ୍ଚାଉଛନ୍ତି । ଗାନ୍ଧିଙ୍କ ସହନଶୀଳତା ବିଶ୍ୱାସଘାତକତା ସଦୃଶ ବୋଲି ଗଡସେ ବିଶ୍ୱାସ କରୁଥିଲେ।…

Read More