Author: Purva Paksha

ନିକଟରେ ଅନେକ ଯୁବ ଖେଳାଳିଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଛି। କିଛି ଖେଳାଳି ଦମ୍‍ଦାର ପ୍ରଦର୍ଶନ ବଳରେ ଅଗଣିତ ପ୍ରଶଂସକ ସୃଷ୍ଟି କରିସାରିଛନ୍ତି। ଆଉ କିଛି ଖେଳାଳି ଅନ୍ତର୍ଜାତୀୟ କ୍ରିକେଟର ଅଭିଜ୍ଞତା ସାଉଁଠୁଛନ୍ତି। ଆଗାମୀ ଦିନରେ ଏମାନେ ଭାରତୀୟ କ୍ରିକେଟକୁ ବହୁ ଆଗକୁ ନେଇପାରିବେ ବୋଲି ବିଶ୍ୱାସ ରହିଛି। ଚୟନକର୍ତ୍ତା ସେମାନଙ୍କ ଉପରେ ଭରସା ରଖିଛନ୍ତି। ଯୁବ ବ୍ୟାଟର ଶୁଭମନ ଗିଲ୍‍ ଓ ଯଶସ୍ୱ ଜୈସ୍ୱାଲଙ୍କୁ ଭାରତୀୟ କ୍ରିକେଟର ବିସ୍ମୟ ଭାବେ ଗଣନା କରାଯାଉଛି। କିନ୍ତୁ ତିଳକ ବର୍ମା, ସର୍ଫରାଜ ଖାନ, ସାଇ ସୁଦର୍ଶନଙ୍କ ଭଳି କିଛି ଯୁବ ଖେଳାଳି ଆଗାମୀ ଦିନରେ ଅନ୍ତର୍ଜାତୀୟ କ୍ରିକେଟରେ ରାଜ କରିବେ ବୋଲି ବହୁ ପୂର୍ବତନ କ୍ରିକେଟର ଭବିଷ୍ୟବାଣୀ କରିଛନ୍ତି। ଶୁଭମନ ଗିଲ୍ ୨୩ ବର୍ଷିୟ ଶୁଭମନ ଗିଲ ସମ୍ପ୍ରତି ଭାରତୀୟ କ୍ରିକେଟରେ ବିସ୍ମୟ ଭାବେ ଗଣା ହେଉଛନ୍ତି । ଟେଷ୍ଟ କ୍ରିକେଟରେ ପ୍ରସିଦ୍ଧ ବ୍ୟାଟର ବିରାଟ କୋହଲି, କେନ୍‍ ୱିଲିୟମସନ, ଜୋ ରୁଟ୍…

Read More