Author: Purva Paksha

ମୁମ୍ବାଇର ଏକ ବାଳକ ବିଶାଳ ଇନିଂସ ଖେଳି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ଏହି ବାଳକଙ୍କ ନାମ ଆୟୂଷ ସିନ୍ଦେ । ବୟସ ମାତ୍ର ୫ ବର୍ଷ । ମୁମ୍ବାଇରେ ଚାଲିଥିବା ଅନ୍ତଃ ସ୍କୁଲ୍ ହ୍ୟାରିସ ସିଲ୍ଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚରେ ଆୟୂଷ ଅପରାଜିତ ୪୧୯ ରନ୍‍ର ମାରାଥନ ଇନିଂସ ଖେଳିଛନ୍ତି । ଜେନେରାଲ ଏଡୁକେସନ ଏକାଡେମୀ ପକ୍ଷରୁ ଆୟୂଷ ଏହି ମ୍ୟାଚ୍ ଖେଳି ପର୍ଲେ ତିଳକ ବିଦ୍ୟା ମନ୍ଦିର ବିପକ୍ଷରେ ମାତ୍ର ୧୫୨ଟି ବଲ୍ର ସାମ୍ନା କରି ୪୧୯ ରନ୍ ସଂଗ୍ରହ କରିଥିଲେ । ଏହି ଇନିଂସରେ ସେ ୪୩ଟି ଚୌକା ଓ ୨୪ଟି ଛକା ମାରିଥିଲେ । ଜେନେରାଲ ଏଡୁକେସନ ଏକାଡେମୀ ଉକ୍ତ ମ୍ୟାଚ୍କୁ ୪୬୪ ରନ୍ରେ ଜିତିଥିଲା । ଉକ୍ତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଜେନେରାଲ ଏଡୁକେସନ ଏକାଡେମୀ ୪୫ ଓଭରରେ ୫ ୱିକେଟ୍ ହରାଇ ୬୪୮ ରନ୍ ସଂଗ୍ରହ କରିଥିଲା । ଜବାବରେ…

Read More