Author: Purva Paksha

୧-୦ରେ ଚୀନ୍‍କୁ ହରାଇଲା ଟ୍ରଫି ଓ ୧୦,୦୦୦ ଡଲାର ପୁରସ୍କାର ଭାରତୀୟ ମହିଳା ହକି ଦଳ ଚଳିତ ବର୍ଷ ଅନୁଷ୍ଠିତ ଏସିଆନ ଚାମ୍ପିଅନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛି। ଭାରତୀୟ ଦଳ ଫାଇନାଲରେ ଚୀନ୍‍କୁ ୧-୦ ଗୋଲରେ ପରାସ୍ତ କରିଥିଲା। ଏହି ବିଜୟ ସହ ଭାରତ କ୍ରମାଗତ ଦ୍ୱିତୀୟ ଓ ମୋଟ ତୃତୀୟ ଟାଇଟଲ ଜିତିଥିଲା। ଫାଇନାଲ ମ୍ୟାଚଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସଂଘର୍ଷପୂର୍ଣ୍ଣ ରହିଥିଲା। ପ୍ରଥମ ଓ ଦ୍ୱିତୀୟ କ୍ୱାର୍ଟରରେ ଉଭୟ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ ହେଁ ଗୋଲ ସମ୍ଭବ ହୋଇନଥିଲା । ଭ୍ରମଣକାରୀ ଚୀନ ଘରୋଇ ଦଳକୁ କଡ଼ା ଟକ୍କର ଦେଇଥିଲା । ତୃତୀୟ କ୍ୱାର୍ଟରରେ ପରିବର୍ତ୍ତିତ ରଣନୀତି ଭାରତକୁ ଅଗ୍ରଣୀ କରାଇବାରେ ସହାୟକ ହୋଇଥିଲା। ଭାରତ ଜୋରଦାର ଆକ୍ରମଣ କରି ଚୀନର ସର୍କଲରେ ପ୍ରବେଶ କରି ହାତେଇଇଥିଲା ପେନାଲ୍ଟି କର୍ଣ୍ଣର । ଦୀପିକା ଏହି ଗୋଲଟି ସ୍କୋର କରି ଦଳକୁ…

Read More