Author: Purva Paksha

ରାଜ୍ୟ ଭିତରକୁ ପଶିବାକୁ ଯୋଜନା କରୁଥିବା ସୂଚନା ମିଳିବା ପରେ ତୁରନ୍ତ ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ କରାଯାଉଛି। ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରୁ ନକ୍ସଲଙ୍କ ଗତିବିଧି ଓ ଓଡ଼ିଶା ଭିତରକୁ ପ୍ରବେଶ ଉଦ୍ୟମ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇବି ଖୁରାନିଆ କହିଛନ୍ତି। ବୁଧବାର ରାତିରେ ଛତିଶଗଡ଼ରୁ ମାଲକାନଗିରି ଜିଲ୍ଲାରେ କିଛି ନକ୍ସଲ ପଶିବାକୁ ଉଦ୍ୟମ କରିବା ପରେ ଖୁରାନିଆ ଏଭଳି ବୟାନ ଦେଇଛନ୍ତି। ମାଲକାନଗିରି ଜିଲ୍ଲା ଜିନାଲଗୁଡା ଜଙ୍ଗଲରେ ଗୁଳି ବିନିମୟବେଳେ ଜଣେ ନକ୍ସଲ ନିହତ ହୋଇଥିବାବେଳେ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ (ଡିଭିଏଫ)ର ଜଣେ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବାବେଳେ ମାଲକାନଗିରି ସମେତ ରାଜ୍ୟର ୩ଟି ଭିନ୍ନ ଭିନ୍ନ ସ୍ଥାନରେ ନକ୍ସଲ ବିରୋଧୀ ଅଭିଯାନ ଜାରି ରହିଛି ବୋଲି ଖୁରାନିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗତ କିଛିମାସ ମଧ୍ୟରେ ଛତିଶଗଡ଼ ଆକ୍ରମଣାତ୍ମକ ଅଭିଯାନ ଆରମ୍ଭ କରିଥିବାରୁ…

Read More