Author: Purva Paksha

କାଲିଠୁ ଆରମ୍ଭ ହେବ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ଶୁକ୍ରବାରଠୁ ଆରମ୍ଭ ହେବ ବହୁ ପ୍ରତିକ୍ଷୀତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ। ସ୍ୱାନ ନଦୀ କୂଳରେ ଅବସ୍ଥିତ ଅପ୍ଟସ ଷ୍ଟାଡ଼ିୟମରେ ପ୍ରଥମ ଟେଷ୍ଟ ଖେଳାଯିବ। ଉଭୟ ଦଳ ଇତି ମଧ୍ୟରେ ପ୍ରସ୍ତୁତି ପର୍ବ ଶେଷ କରିଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‍ ଫାଇନାଲ୍‍ ଲକ୍ଷ୍ୟରେ ଉଭୟ ଦଳ ରହିଥିବାରୁ ସମ୍ପୂର୍ଣ୍ଣ ସିରିଜଟି ତୀବ୍ର ସଂଘର୍ଷପୂର୍ଣ୍ଣ ରହିବା ନିଶ୍ଚିତ। ବିଶେଷ କରି ପ୍ରଥମ ଟେଷ୍ଟରୁ ବିଜୟ ଖାତା ଖୋଲିବାକୁ ଉଭୟ ଦଳ ପ୍ରୟାସ କରିବେ। ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ପେସ ବାହିନୀ। କାରଣ ଅପ୍ଟସ ଷ୍ଟାଡ଼ିୟମ୍‍ର ପିଚ୍‍ ପେସ ବୋଲରଙ୍କୁ ଭରପୁର ଫାଇଦା ଯୋଗାଇବ। ପ୍ରଥମ ଟେଷ୍ଟ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍ ୱାକା ଗ୍ରାଉଣ୍ଡର ପିଚ୍ ଭଳି ପେସ୍ ବୋଲରଙ୍କୁ ସହାୟତା କରିବ । ଏହି ପିଚରେ ବହଳିଆ ଘାସର ଆବରଣ ରହିବ…

Read More