Author: Purva Paksha

Air Pollution : ଲୋକସଭାରେ ଉପସ୍ଥାପିତ ତଥ୍ୟରୁ ମିଳିଥିବା ସୂଚନାନୁସାରେ ଗତ ପାଞ୍ଚବର୍ଷ ଭିତରେ ଅନୁଗୋଳରେ ସର୍ବାଧିକ ୭୨ ପ୍ରତିଶତ ପ୍ରଦୂଷଣ ବଢ଼ିଛି। ବାଲେଶ୍ୱରରେ ୪୮ ପ୍ରତିଶତ, ଭୁବନେଶ୍ୱରରେ ୩୪ ପ୍ରତିଶତ ଏବଂ କଟକରେ ୩୯ ପ୍ରତିଶତ ପ୍ରଦୂଷଣ ବଢ଼ିଛି। ବାୟୁ ପ୍ରଦୂଷଣକୁ ନେଇ ଓଡ଼ିଶାରେ ଦିଲ୍ଲୀଠାରୁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୫ ବର୍ଷ ଭିତରେ ବ୍ୟାପକ ପଦକ୍ଷେପ ଓ କୋଟି କୋଟି ଟଙ୍କା ଖର୍ଚ୍ଚସତ୍ତ୍ୱେ ରାଜ୍ୟରେ ପ୍ରଦୂଷଣ ମାତ୍ରା କମିବା ତ ଦୂରର କଥା ନିୟନ୍ତ୍ରଣ ବି ହେଉନାହିଁ। ଯାହା ସ୍ପଷ୍ଟ କରୁଛି ଯେ, ରାଜ୍ୟରେ ଯେଉଁ ଖର୍ଚ୍ଚ ଏଥିଲାଗି ହୋଇଛି ତାହା କେବଳ କାଗଜପତ୍ରରେ। ଚେଷ୍ଟାଦ୍ୱାରା ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା କମିପାରୁଛି କିନ୍ତୁ ଓଡ଼ିଶାର ୫ ପ୍ରମୁଖ ସହରରେ ଏତେ ଧୂଳି କଣିକା ବାୟୁରେ ମିଶୁଛି ଯେ ତାହା ଶ୍ୱାସରୋଗକୁ ପ୍ରସାରିତ କରିବାରେ ଲାଗିଛି। ଲୋକସଭାରେ ଉପସ୍ଥାପିତ ତଥ୍ୟରୁ ମିଳିଥିବା ସୂଚନାନୁସାରେ ଗତ ପାଞ୍ଚବର୍ଷ…

Read More