Author: Purva Paksha

Khalistani Separatist Pannun : ଶିଖ୍ ଫର ଜଷ୍ଟିସ୍ (ଏସ୍ଏଫକେ) ସଂଗଠନର ମୁଖ୍ୟ ପନ୍ନୁ ଏକ ଭିଡିଓ ବାର୍ତ୍ତାରେ ମୋଦୀ, ଶାହା ଓ ଡୋଭାଲଙ୍କୁ ଭୁବନେଶ୍ୱରର ରାମ ମନ୍ଦିର ଯାଇ ଶ୍ରଦ୍ଧାଳୁଙ୍କୁ ଭେଟିବାକୁ ଆହ୍ୱାନ ଦେବା ସହ ଡିଜି-ଆଇଜି ସମ୍ମିଳନୀରେ ବାଧା ସୃଷ୍ଟି କରିବା ପାଇଁ ତାଙ୍କ ସମର୍ଥକମାନଙ୍କୁ ଭୁବନେଶ୍ୱରର ମନ୍ଦିର-ହୋଟେଲମାନଙ୍କରେ ଲୁଚି ରହିବାକୁ ଅନୁରୋଧ କରିଛନ୍ତି। ଓଡ଼ିଶା ରାଜଧାନୀରେ ଡିଜି-ଆଇଜି ସମ୍ମିଳନୀର ଗୋଟିଏ ଦିନ ପୂର୍ବରୁ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଗୁରପତୱନ୍ତ ସିଂହ ପନ୍ନୁ ଗୁରୁବାର ଏକ ଭିଡିଓ ବାର୍ତ୍ତା ଜାରି କରି କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିବାକୁ ଧମକ ଦେଇଛନ୍ତି। ନଭେମ୍ବର ୨୯ରୁ ଡିସେମ୍ବର ପହିଲା ପର୍ଯ୍ୟନ୍ତ ଲୋକସେବା ଭବନରେ ହେବାକୁ ଥିବା ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ବହୁ ବରିଷ୍ଠ ସୁରକ୍ଷା ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଶିଖ୍ ଫର ଜଷ୍ଟିସ୍ (ଏସ୍ଏଫକେ)…

Read More