Author: Purva Paksha

ଖଣି କମ୍ପାନୀମାନେ ଲୁହା ପଥର ଗ୍ରେଡରେ ଯେଉଁ ହେରଫେର କରି ୧୦୦ କୋଟି ଟଙ୍କାର ଦୁର୍ନୀତି କରିଛନ୍ତି ବୋଲି କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି)ଙ୍କ ପକ୍ଷରୁ ଗତ ସେପ୍ଟେମ୍ବର ମାସରେ ଉପସ୍ଥାପିତ ୨୦୨୨ ରିପୋର୍ଟରେ ଦର୍ଶାଯାଇଥିଲା । ସେହି ରିପୋର୍ଟକୁ ନେଇ ଓଡ଼ିଶାର ଖଣି କମ୍ପାନିମାନଙ୍କ ଉପରେ ଆଇଟି ବିଭାଗର ଚଢ଼ଉ ହୋଇଥିଲା ବୋଲି ଜଣାପଡ଼ିଛି । ଆଇଟି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏମ୍‌ଜିଏମ୍‌ ମିନେରାଲ୍ସ ଲିମିଟେଡ୍‌ ଓ ମେସର୍ସ ଏସ୍‌ ଏନ୍‌ ମହାନ୍ତି ଖଣି କମ୍ପାନି ଲୁହାପଥରର ଉଚ୍ଚମାନର ଗୁଣବତ୍ତାକୁ ଭୁଲ ଭାବେ ଉପସ୍ଥାପନ କରିବା ସହ ଜାଣିଶୁଣି ଏହାର ଗ୍ରେଡ୍‌କୁ କମ୍‌ ଆକଳନ କରିଛନ୍ତି । ୨୦୨୨ ସିଏଜି ରିପୋର୍ଟରେ ଅତି କମ୍ରେ ୨୫ଟି ଲୁହାପଥର ଖଣି କମ୍ପାନିର କାର୍ଯ୍ୟରେ ଅସଙ୍ଗତି ଥିବା ଜଣାପଡ଼ିଥିଲା । ରିପୋର୍ଟ ଯାଞ୍ଚ ପରେ ଏମ୍‌ଜିଏମ୍‌ ଓ ଏସ୍‌ଏନ୍‌ ମହାନ୍ତି ଦୁର୍ନୀତିର ପ୍ରାଥମିକ ହିତାଧିକାରୀ ବୋଲି ଜଣାପଡ଼ିଥିଲା ।…

Read More