What's Hot
Author: Purva Paksha
ସୋମନାଥ ମନ୍ଦିର, ହିନ୍ଦୁ କୋଡ୍ ବିଲକୁ ନେଇ ନେହେରୁ ଓ ରାଜେନ୍ଦ୍ର ପ୍ରସାଦଙ୍କ ମଧ୍ୟରେ କ’ଣ ଥିଲା ମତଭେଦ ?
Nehru and Rajendra Prasad :ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଭାବେ ଏହି ଦୁଇନେତା ଅନେକ ପ୍ରସଙ୍ଗରେ ମୁହାଁମୁହିଁ ହୋଇଥିଲେ। ସେମାନଙ୍କର କିଛି ବିବାଦ ସାର୍ବଜନୀନ ହୋଇଥିଲାବେଳେ କିଛି ଇତିହାସରେ ଲିପିବଦ୍ଧ ହୋଇ ପରବର୍ତ୍ତୀ ପିଢ଼ି ପାଇଁ ଅଧ୍ୟୟନର ବିଷୟ ପାଲଟି ଯାଇଛି। ରାଷ୍ଟ୍ରପତି ପଦ ପାଇଁ ପଣ୍ଡିତ ନେହେରୁଙ୍କ ପ୍ରଥମ ପସନ୍ଦ ଥିଲେ ସି.ଆର. ରାଜଗୋପାଳଚାରୀ। କିନ୍ତୁ ଡ. ରାଜେନ୍ଦ୍ର ପ୍ରସାଦ ଭାରତର ପ୍ରଥମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ। ଦ୍ୱିତୀୟ ଥର ପାଇଁ ନେହେରୁ ଡକ୍ଟର ଏସ ରାଧାକ୍ରିଷ୍ଣନଙ୍କ ସପକ୍ଷରେ ଥିଲେ, କିନ୍ତୁ ପ୍ରସାଦଙ୍କୁ ପରବର୍ତ୍ତୀ କାର୍ଯ୍ୟକାଳ ମିଳିଥିଲା। ଏହା ଥିଲା ଦେଶର ସ୍ୱାଧୀନତା ଏବଂ ସମ୍ବିଧାନର କାର୍ଯ୍ୟକାରିତାର ପ୍ରାରମ୍ଭିକ ବର୍ଷ। ରାଷ୍ଟ୍ରପତିଙ୍କ କ୍ଷମତାକୁ ନେଇ ପ୍ରସାଦଙ୍କର ନିଜସ୍ୱ ମତ ଥିଲା। ନେହେରୁ କିନ୍ତୁ ରାଜେନ୍ଦ୍ର ପ୍ରସାଦଙ୍କୁ ରାଷ୍ଟ୍ରପତିଭାବେ ତାଙ୍କ କ୍ଷମତାର ସୀମିତତାକୁ ମନେପକାଇ ଦେଇଥିଲେ। ଉଭୟ ଅବଶ୍ୟ ଏକାଠି ସ୍ୱାଧୀନତା ସଂଗ୍ରାମ ଲଢ଼ିଥିଲେ। କିନ୍ତୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଭାବେ ଏହି…
