Author: Purva Paksha

ରାଜ୍ୟରେ ବିଜୁ ଜନତା ଦଳର ନବୀନ ପଟ୍ଟନାୟକଙ୍କୁ ନିରଙ୍କୁଶ କ୍ଷମତା ପ୍ରଦାନ କରି ରାଜ୍ୟର ଶାସନ କ୍ଷମତାରେ ରହିବା ପାଇଁ ୨୪ ବର୍ଷ ସମୟ ଦେଇଥିଲେ। ଏହି ସମୟ ମଧ୍ୟରେ ନବୀନ ପଟ୍ଟନାୟକଙ୍କ ସରକାର କେବଳ ଅମଲାଙ୍କ ଉପରେ ନିର୍ଭର କରି ଶାସନ ଚଳାଇବାରୁ ରାଜ୍ୟର ୮ହଜାରରୁ ଅଧିକ ଗାଁରେ ସଡକ ଯୋଜନା ପହଞ୍ଚି ପାରିନାହିଁ । ଏହି ଗାଁ’ଗୁଡ଼ିକ ବିଭିନ୍ନ ସଡ଼କ ଯୋଜନାରେ ସାମିଲ ଲାଗି ଯୋଗ୍ୟ ବିବେଚିତ ହୋଇନଥିବାରୁ ଏଠାକୁ ସଡ଼କ ସଂଯୋଗ ହୋଇପାରିନଥିବା କହିଛନ୍ତି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ । ରାଜ୍ୟରେ ଗାଁ’ଗୁଡ଼ିକୁ ସଡ଼କ ସଂଯୋଗ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ସର୍ବଶେଷ ଜନଗଣନାକୁ ଭିତ୍ତିକରି ୨୦୧୭-୧୮ ମସିହାରେ ଜିଲ୍‍ଲା ଗ୍ରାମ୍ୟ ସଡ଼କ ଯୋଜନା ପ୍ରସ୍ତୁତ ହୋଇଥିଲା । ଏହି ଯୋଜନା ଅନୁସାରେ ରାଜ୍ୟରେ ୫୯,୯୭୧ଟି ଗ୍ରାମ ରହିଥିଲା ।…

Read More