Author: Purva Paksha

ଗତ ନିର୍ବାଚନରେ ଦାଦନ ଶ୍ରମିକ ସମସ୍ୟା ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ନିର୍ବାଚନୀ ପ୍ରସଙ୍ଗ ହୋଇଥିଲା । ନିର୍ବାଚନ ପ୍ରଚାରବେଳେ ଏହି ସମସ୍ୟା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତା ବ୍ୟକ୍ତ କରିବା ସହିତ ଏହି ସମସ୍ୟାର ସମାଧାନ ପାଇଁ ମତବ୍ୟକ୍ତ କରିଥିଲେ । ଦାଦନ ଶ୍ରମିକଙ୍କ ସମସ୍ୟା ନେଇ ମଙ୍ଗଳବାର ଦିନ ବିଧାନସଭାରେ ଶ୍ରମମନ୍ତ୍ରୀ ଗଣେଶରାମ ସିଂହଖୁଣ୍ଟିଆ ଯେଉଁ ସୂଚନା ଦେଇଛନ୍ତି ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ବିଜଦ ସରକାର ଅମଳରେ ଗତ ୩ ବର୍ଷ ମଧ୍ୟରେ ୨୩୩ ଜଣ ଶ୍ରମିକ ପ୍ରାଣ ହରାଇଥିବା ବିଭାଗ ନିକଟରେ ତଥ୍ୟ ରହିଛି ବୋଲି ଶ୍ରମମନ୍ତ୍ରୀ ଗଣେଶରାମ ସିଂହଖୁଣ୍ଟିଆ ସୂଚନା ଦେଇଛନ୍ତି । ରାଜ୍ୟ ବାହାରକୁ କାମ କରିବାକୁ ଯାଇଥିବା ଶ୍ରମିକମାନଙ୍କ ମଧ୍ୟରୁ ଗତ ୧୦ବର୍ଷ ମଧ୍ୟରେ ୪୦୩ ଜଣ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ୫୯ଜଣ ଗଞ୍ଜାମ ଜିଲ୍ଳାର ରହିଛନ୍ତି ବୋଲି ଶ୍ରମମନ୍ତ୍ରୀ କହିଛନ୍ତି । ପ୍ରବାସୀ ଶ୍ରମିକଙ୍କ…

Read More