Author: Purva Paksha

Bhave anubhabe bauribandhuପ୍ରଫେସର କର ଥିଲେ ଜଣେ ସାହିତ୍ୟ ସଂଗଠକ, ବନ୍ଧୁବତ୍ସଳ ଶିକ୍ଷକ ଓ ଜଣେ ପୂର୍ଣ୍ଣାଙ୍ଗ ମଣିଷ। ଗତ ୨୦୨୦ ଅପ୍ରେଲ ୧୩ରେ ଯେତେବେଳେ ତାଙ୍କର ଦେହାନ୍ତ ହେଲା ସ୍ବାଭାବିକ ଭାବରେ ତାଙ୍କ ପାଇଁ ଶୋକ ଓ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଯେଉଁ ଶୂନ୍ୟ ସ୍ଥାନ ଛାଡ଼ି ଯାଇଛନ୍ତି ତାହା ଅପୂରଣୀୟ। ଭାସ୍କର ପରିଚ୍ଛା  ପ୍ରଫେସର୍ ବାଉରୀବନ୍ଧୁ କର କେବଳ ଜଣେ ଲୋକପ୍ରିୟ ଅଧ୍ୟାପକ ନ ଥିଲେ ସେ ଥିଲେ ଏକ ଅନୁଷ୍ଠାନ। ଓଡ଼ିଆ ସାହିତ୍ୟକୁ ସେ ଯେଉଁ ଅବଦାନ ରଖିଯାଇଛନ୍ତି ତାହା ଅତୁଳନୀୟ। ସେ ଥିଲେ ଜଣେ ନିରଳସ ସାଧକ। ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ଏଭଳି କୌଣସି ବିଭାଗ ନାହିଁ ଯେଉଁଥିରେ ସେ ଲେଖନୀ ଚାଳନା କରି ନାହାଁନ୍ତି। ଦୀର୍ଘ ପଚାଶ ବର୍ଷ ଧରି ସେ କେତେ ଯେ ଗ୍ରନ୍ଥ ରଚନା କରିଛନ୍ତି…

Read More