Author: Purva Paksha

ମିଛ ‘ଭୋଟଚୋରି’ ବିଷୟକୁ ନେଇ ମୌସୁମୀ ଅଧିବେଶନକୁ ଦୀର୍ଘଦିନ ହେଲା ଅବରୋଧ କରିଥିବା କଂଗ୍ରେସ ପାଇଁ ଆଉ ଏକ ହୃଦୟ ବିଦାରକ ଆହ୍ୱାନ ସୃଷ୍ଟି ହୋଇଛି। କେନ୍ଦ୍ର ସରକାର ଆଣିଥିବା ଏକ ନୂଆ ବିଧେୟକ କଂଗ୍ରେସକୁ ଏପରି ଯନ୍ତ୍ରଣାରେ ଆକ୍ରାନ୍ତ କରିଛି। ଏହା ଦେଶର ବା କୌଣସି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରରୁ ଅପରାଧିକ ମାମଲା ଥିବା ନେତାଙ୍କୁ ଦୂରରେ ରଖିବା ଲାଗି ଉଦ୍ଦିଷ୍ଟ ଥିଲେ ମଧ୍ୟ କଂଗ୍ରେସର ହଜମ ହେଉ ନାହିଁ। ଫଳରେ ପାଲଟା ଆକ୍ରମଣ କରିଛି କଂଗ୍ରେସ। ଆଉ ବିକଳ୍ପ ନୁହେଁ କଂଗ୍ରେସ ଦଶନ୍ଧି ଧରି ମେଣ୍ଟ ସରକାରରେ କ୍ଷମତାସୀନ ରହିବା ପରେ କଂଗ୍ରସକୁ ମତଦାତାମାନେ ଆଉ ସରକାର ଗଢ଼ିବା ଲାଗି ବିକଳ୍ପଭାବେ ଗ୍ରହଣ କରୁନାହାନ୍ତି। ଗଲା ୩ଟି ଲୋକସଭା ନିର୍ବାଚନରେ ଏହା ପ୍ରମାଣିତ ହୋଇଛି। ଅବଶ୍ୟ ନିକଟରେ ଶେଷ ହୋଇଥିବା କଂଗ୍ରେସ ଦଳକୁ ମତଦାତାମାନେ ସାମ୍ବିଧାନିକ ବିରୋଧୀ ଦଳ ଭୂମିକା ଦେଇ ଲୋକସଭାରେ ବିରୋଧୀ ଦଳ…

Read More