Author: Purva Paksha

ଓଡ଼ିଶାରେ ରାଜନୀତିକ ପଟ୍ଟଭୂମି ପରିବର୍ତ୍ତନ ଆଡ଼କୁ ମୁହାଁଇଛି। ବିଶେଷ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବାରମ୍ବାର ଶାରିରୀକ ଅସୁସ୍ଥତା ଓ ଉତ୍ତରାଧିକାର ପ୍ରସଙ୍ଗ ଉଭୟ ପୁରୁଣା ଓ ନୂଆ ନେତାଙ୍କୁ ଆତଙ୍କିତ କରିଛି। କେନ୍ଦ୍ରୀୟ ବିଜେପି ନେତାଙ୍କ ସହ ଦୃଢ଼ ସମ୍ପର୍କରେ ବାନ୍ଧି ହୋଇ ରହିଥିବା ଏହି ଆଞ୍ଚଳିକ ଦଳର ଅବସ୍ଥା କ’ଣ ହେବ, କିଏ ନେତୃତ୍ୱ ନେବେ ସେହି ଚିନ୍ତାରେ ଏବେ ନେତାମାନେ ପରସ୍ପର ସହ ଆଲୋଚନାରେ ବ୍ୟସ୍ତ ବି ରହୁଛନ୍ତି। କିଛି ନେତା ନିଜକୁ ବିଜୁପ୍ରେମୀ ଦର୍ଶାଇବାକୁ ସୋଶାଲ ମିଡିଆରେ ଅଭିନବ ପଦକ୍ଷେପ ବି ଗ୍ରହଣ କରୁଛନ୍ତି। ଏଠି ଯେଉଁ ମେଳି କଥା ଆମେ ଅନୁଶୀଳନ କରିବାକୁ ଯାଉଛୁ ତାହା ନିକଟ ଅତୀତରେ ଘଟିଥିବା ଘଟଣା ବା ପ୍ରସଙ୍ଗ ଆଧାରିତ। ଅନୁଶୀଳନ ଆରମ୍ଭରୁ ଦୁଇ ତିନିଟି ବିନ୍ଦୁରେ ଏହି ପୃଷ୍ଠଭୂମିକୁ ରଖାଯାଇପାରେ। ଯେମିତି ୧୭ ତାରିଖ ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହଠାତ୍‍ ଅସୁସ୍ଥ ହୋଇ…

Read More