Author: Purva Paksha

ରାଜ୍ୟ ରାଜନୀତିରେ ସାଧୁ ସନ୍ନ୍ୟାସୀଙ୍କ ପ୍ରବେଶ ହୋଇଛି। ଅତୀତରେ ସେମାନଙ୍କ ଭିତରୁ ଅନେକ ଲୋକସଭା, ରାଜ୍ୟସଭା ତଥା ବିଧାନସଭାରେ ନିଜ ଅଞ୍ଚଳକୁ ପ୍ରତିନିଧିତ୍ୱ କରିଛନ୍ତି। ଏମିତି ଅନେକ ସନ୍ନ୍ୟାସୀ ବେଶ ନ ବଦଳାଇ ପରିବର୍ତ୍ତନର ବାହକ ହୋଇଛନ୍ତି ଆଉ କିଛି ଗେରୁଆ ବସ୍ତ୍ର, ଦଣ୍ଡ ଧରି ନିଜର ପରିଚୟକୁ ସ୍ୱତନ୍ତ୍ର କରିଛନ୍ତି। ହେଲେ ଆଜି ଏମିତି ଦୁଇ ସନ୍ନ୍ୟାସୀଙ୍କ ନା କହିବି ଯାହାଙ୍କ କଥା ଶୁଣିଲେ ଆପଣ କହିବେ ଏମାନେ ସନ୍ନ୍ୟାସୀ ନୁହନ୍ତି ‘ଭଣ୍ଡ ସନ୍ନ୍ୟାସୀ’। ପ୍ରଥମରୁ ସ୍ପଷ୍ଟ କରିବାକୁ ଚାହେଁ ଯେ ଏ ସମ୍ପୂର୍ଣ୍ଣ ଅଧ୍ୟାୟ କୌଣସି ଆସ୍ଥା, ଧର୍ମ, ବା ବ୍ୟକ୍ତି ବିଶେଷଙ୍କୁ ଆଘାତ ଦେବାର ଉଦ୍ଦେଶ୍ୟ ରଖେ ନାହିଁ। ବରଂ ଏହା ଏମିତି ଦୁଇଜଣ ନିଜକୁ ସନ୍ନ୍ୟାସୀ ବୋଲି ବୋଲାଇବାକୁ ଚାହୁଁଥିବା ରାଜନେତାଙ୍କ କାହାଣୀ ଯେଉଁମାନେ କେବଳ ନିଜର ନିରାଡ଼ାମ୍ବର ଜବନଶୈଳୀ ଭିତରେ ଲୁଚାଇଛନ୍ତି ସାମ୍ରାଜ୍ୟ ଦଖଲର ଚିନ୍ତା। ବିସ୍ତାରଣର ଚିନ୍ତା। ଏ ଦୁଇଜଣଙ୍କ ଭିତରୁ ଜଣେ…

Read More