Author: Purva Paksha

ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଅବରୋଧ ଥିଲା ବୋଲି ବିଗତ କିଛିମାସ ହେଲା ଯେଉଁ ଆଲୋଚନା ହେଉଥିଲା, ତା’ର ଅବସାନ ହେବାକୁ ଯାଉଛି। ଏହି ଅବରୋଧର ଯେଉଁ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ କାରଣ ଥିଲେ ସେ ଏବେ ତରଳିବା ସହିତ ବୁଝାମଣା କରିବାକୁ ଏକ ପ୍ରକାରର ବାଧ୍ୟ ହୋଇଛନ୍ତି। କାରଣ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଉ ପୂର୍ବଭଳି ଶକ୍ତିମାନ ହୋଇ ରହିନାହାନ୍ତି। ନିକଟ ଅତୀତରେ ରାଜ୍ୟରେ ଯେଉଁଭଳି ଭାବେ ରାଜନୀତିକ ଗୋଟି ଚାଳନା ହେଉଛି ସେଥିରେ ଯେମିତି ସେ ଚାପଗ୍ରସ୍ତ ହେଲାଭଳି ଲାଗୁଛନ୍ତି। ପରିସ୍ଥିତି ଏମିତି ହୋଇଛି ଯେ ଏକଦା ଓଡ଼ିଶା ବିଜେପିରେ କିଙ୍ଗ୍ ମେକର ସାଜିଥିବା ଧର୍ମେନ୍ଦ୍ର ନା କିଙ୍ଗ ହୋଇପାରିଛନ୍ତି ନା କିଙ୍ଗ ମେକର। ଆଦର୍ଶଗତ ପାର୍ଥକ୍ୟ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ନିଜର କିଛି ସମର୍ଥକ ମନ୍ତ୍ରୀଙ୍କ ସହ ହଠାତ୍‍ ଗତ ଅଗଷ୍ଟ ୩୦ ତାରିଖ ଦିନ ଆବିର୍ଭାବ ହେବା ଏବଂ ଘଣ୍ଟା…

Read More