Author: Purva Paksha

ରାଜ୍ୟର ସର୍ବବୃହତ ଆଞ୍ଚଳିକ ଦଳ ବିଜୁ ଜନତା ଦଳରେ ସବୁଦିନ କିଛି ନା କିଛି ଘଟୁଛି। ଆଉ ଏସବୁଥିର କେନ୍ଦ୍ରବିନ୍ଦୁ ହେଉଛନ୍ତି ଜଣେ ବ୍ୟକ୍ତି। ସେ ବ୍ୟକ୍ତିଙ୍କୁ କେନ୍ଦ୍ର କରି ଏବେ କିଛି ବରିଷ୍ଠ ନେତା ଦଳ ଛାଡ଼ିବା ନିଜକୁ ପ୍ରସ୍ତୁତ କରୁଥିବାବେଳେ କିଛି ନୂଆ ଯୁବ ନେତାମାନଙ୍କୁ ଅଣଦେଖା କରାଯାଉଥିବା ହେତୁ ସେମାନେ ଅସନ୍ତୋଷ ଥିବା ଦର୍ଶାଇଛନ୍ତି। ଗତକାଲି ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଏପରି କିଛି ଯୁବ ନେତାଙ୍କ ଅସନ୍ତୋଷ ପ୍ରଦର୍ଶନ ଦଳକୁ ପୁଣିଥରେ ଚର୍ଚ୍ଚା ପରିଷରକୁ ଆଣିଛି। ବିଜେଡିର ନେତାମାନଙ୍କର ଦଳୀୟ ନେତୃତ୍ୱ ବିରୋଧରେ ଏଭଳି ବିଦ୍ରୋହ ଯୋଗୁ ବିଜେପିର କେନ୍ଦ୍ରନେତାମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଅନ୍ୟମାନଙ୍କୁ ଆଉଟ୍‍ କରିବାକୁ ପୂରା ପ୍ରସ୍ତୁତ ପାଣ୍ଡିଆନ୍‍ ସାଧାରଣତଃ ନିର୍ବାଚନ ପାଖେଇ ଆସିଲେ ରାଜନୈତିକ ଦଳଗୁଡ଼ିକର ଆଭ୍ୟନ୍ତରୀଣ ବିବାଦ ସାମ୍ନାକୁ ଆସିଥାଏ। ଏହା ଟିକଟକୁ କେନ୍ଦ୍ର କରି ହୋଇଥାଏ। ଏବେ ରାଜ୍ୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ବର୍ଷେ ହେଲା ଶେଷ…

Read More