Author: Purva Paksha

ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଅରୁଣ ସାହୁ ନିଜ ସାମାଜିକ ଗଣମାଧ୍ୟମରେ ରାଜନୀତିକ ଦଳରେ ଗଣତନ୍ତ୍ର ସ୍ଥାପନ କାଇଁ ଆହ୍ୱାନ ଦେଇଛନ୍ତି। ଯେତେବେଳେ ରାଜନୀତିକ ଦଳରେ ଆନ୍ତରୀଣ ଗଣତନ୍ତ୍ର ପରାହତ ହୁଏ ସେତେବେଳେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସମ୍ମାନ ମିଳେ ନାହିଁ। ଲୋକଙ୍କ ମତକୁ ସମ୍ମାନ ଦେବା ହେଉଛି ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ଏକଛତ୍ରବାଦକୁ ସମୂଳେ ଉପାଡ଼ି ପୋପାଡ଼ିଲେ ଯାଇ ଗଣତନ୍ତ୍ର ଆସିବ ବୋଲି କହିଛନ୍ତି ଅରୁଣ ସାହୁ। ଗଣତନ୍ତ୍ର ଓ ଏକଛତ୍ରବାଦ ଏକାଠି ରହିପାରିବେ ନାହିଁ ବୋଲି ଚେତାଇଛନ୍ତି ଅରୁଣ ସାହୁ। ସାମାଜିକ ଗଣମାଧ୍ୟମରେ ଜଣେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ଅରୁଣ ଏକଥା କହିଛନ୍ତି। ବାରମ୍ବାର ଏବେକାର ଗଣତନ୍ତ୍ର ଘୁଣ ଖାଉଛି ବୋଲି କହିବା ସହ ସେ ସ୍ୱର ଉତ୍ତୋଳନ କରିବାକୁ ପଛଘୁଞ୍ଚା ଦେବେ ନାହିଁ ବୋଲି କହିଛନ୍ତି। ହେଲେ ଅରୁଣଙ୍କ ଏ ଇଙ୍ଗିତ କାହା ପାଇଁ? ଏହା କ’ଣ ତାଙ୍କ ଦଳରେ ଚାଲିଥିବା ଅଗଣତାନ୍ତ୍ରିକ…

Read More