Author: Purva Paksha

ବର୍ତ୍ତମାନ ସାରାଦେଶରେ ଭାରତ-ଆମେରିକା ଟାରିଫ୍‍ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶ ରାଜନୀତି ଚର୍ଚ୍ଚାର ବିଷୟ ହୋଇଛି। କିନ୍ତୁ ଆମ ରାଜ୍ୟରେ ବିଜେଡିର ସ୍ଥାୟିତ୍ୱ ନେଇ ଅନେକ ପ୍ରକାରର ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ଆଗାମୀ ଦିନରେ ବିଜେଡି ରହିବା ନା ଖଣ୍ଡବିଖଣ୍ଡିତ ହୋଇଯିବ ସେ ପ୍ରସଙ୍ଗକୁ ନେଇ ବିଜୁ ଜନତା ଦଳର ନେତାମାନଙ୍କଠାରୁ ଆରମ୍ଭ କରି ବିଜେପି ଓ କଂଗ୍ରେସର ନେତାମାନଙ୍କ ସହିତ ରାଜନୀତିକ ସଚେତନ ଥିବା ଜନସାଧାରଣ ସନ୍ଦିହାନ ଅବସ୍ଥାରେ ଅଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରାୟ ୨୫ ବର୍ଷ ତଳେ ତାଙ୍କର ଜଣେ ଅତ୍ୟନ୍ତ ଘନିଷ୍ଠ ସହଯୋଗୀଙ୍କ ନିକଟରେ ଗୋଟିଏ ଭବିଷ୍ୟବାଣୀ କରିଥିଲେ ତାହା ଏବେ ଖୁବ୍‍ ଆଲୋଚନା ହେଉଛି । ନବୀନଙ୍କ ସେହି ଭବିଷ୍ୟବାଣୀ ଏବେ କ’ଣ ସତ୍ୟରେ ପରିଣତ ହେବାକୁ ଯାଉଛି ନା ଭୁଲ ପ୍ରମାଣିତ ହେବ ତାହା ରାଜନୀତିକ ମହଲରେ ଆଲୋଚନା ହେଉଛି। କ’ଣ ସେହି ଭବିଷ୍ୟବାଣୀ ଆଜି ତା’ ଉପରେ…

Read More