Author: Purva Paksha

ରାଜ୍ୟ ରାଜନୀତିରେ ବିଜେପି-ବିଜେଡି ଭିତରେ ଏକ ଭିତିରିଆ ସମ୍ପର୍କ ଯେ ରହି ଆସିଛି ତାହା ଅନେକ ସମୟରେ ଆଲୋଚନା ହେଉଛି। ଆମେ ମଧ୍ୟ ପୂର୍ବପକ୍ଷରେ ଏ ନେଇ ସମୀକ୍ଷା କରିଛୁ। ଆଜି କିନ୍ତୁ ଯେଉଁ କଥା ମୁଁ ଆପଣଙ୍କୁ କହିବାକୁ ଯାଉଛି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ସମୀକରଣ ରାଜ୍ୟରେ ସରକାରୀ ଦଳ ଓ ବିରୋଧୀ ଦଳ ଭିତରେ ଥିବା ସମ୍ପର୍କକୁ ବଦଳାଇ ଦେବ। କିନ୍ତୁ ହରଡ଼ଘଣାରେ ପଡ଼ିବ ବିଜେଡି। ଏହିଦଳ ପାଇଁ ପରିସ୍ଥିତି ‘ଗାଈକୁ ମାଇଲେ ମଲି, ଗାଈ ମାଇଲେ ମଲି’ ଭଳି ହେବ। ଚକ୍ରବ୍ୟୁହରେ ଫଶିବ ବିଜେଡି ଆଜି ଓଡ଼ିଶା ରାଜନୀତି ଦିଲ୍ଲୀ ଦରବାରରେ ବିଶେଷ ଆକର୍ଷଣ ହେବାକୁ ଯାଉଛି। ବିଜେପି ଓ ବିଜେଡିର ଶୀର୍ଷ ନେତା ଓ ରଣନୀତିକାର ଅଚାନକ ଦିଲ୍ଲୀ ଯିବା ଏହାକୁ ଇଙ୍ଗିତ କରୁଛି। ଆସନ୍ତା କାଲି ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭୋଟକୁ ସରକାର ଆଶା କରୁଥିବାବେଳେ ବିଜେଡି ଏହି ନିର୍ବାଚନରୁ ଦୂରେଇ…

Read More