Author: Purva Paksha

PDS Rice Scam: ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ ହିସାବ ମୁତାବକ ୪୦ଲକ୍ଷ ଭୂତ ହିତାଧିକାରୀ ଅଛନ୍ତି। ଏମାନଙ୍କ ପାଇଁ ବର୍ଷକୁ ମୁଣ୍ଡପିଛା ୬୦ କିଲୋ କରି ଚାଉଳ ଉଠାଯାଉଛି। ଏହି ଚାଉଳ ପାଇଁ ସରକାର କିଲୋ ପିଛା ହାରାହାରି ୪୦ଟଙ୍କା ଖର୍ଚ୍ଚ କରୁଛନ୍ତି। ତେଣୁ ସିଧାସଳଖଭାବେ ଏହି ଭୂତ ହିତାଧିକାରୀଙ୍କ ନାମରେ ବର୍ଷକୁ ପ୍ରାୟ ୯୬୦ କୋଟି ଟଙ୍କା ମୂଲ୍ୟର ଚାଉଳ ହେର୍‍ଫେର୍‍ ହେଉଛି। ଅନ୍ୟ ରିପୋର୍ଟ ମୁତାବକ ଓଡ଼ିଶାରେ ବର୍ଷକୁ ପ୍ରାୟ ୭ଲକ୍ଷ ମେଟ୍ରିକ ଟନ୍‍ ଚାଉଳ ଦୁର୍ନୀତି ମାଗଣା ବଣ୍ଟନ ବ୍ୟବସ୍ଥାରେ ହେଉଛି । ଯାହାର ପରିମାଣ ପ୍ରାୟ ୨୮୦୦ କୋଟି ଟଙ୍କା ହେବ। ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମିଳୁଥିବା ମାଗଣା ଚାଉଳ ଲୁଟ୍‍ ସଂକ୍ରାନ୍ତରେ ନୂଆ ନୂଆ ତଥ୍ୟ ଉନ୍ମୋଚିତ ହେଉଛି। ଏହି ଯୋଜନାରେ ଆସୁଥିବା ଚାଉଳର ଅନ୍ୟୁନ ୨୪.୭ ପ୍ରତିଶତ ବାଟ ମାରଣା ହେଉଥିବା କଥା ଇତିମଧ୍ୟରେ ଇଣ୍ଡିଆନ୍‍ କାଉନ୍‍ସିଲ୍‍ ଫର୍‍…

Read More