Author: Purva Paksha

Medical seats: ମେଡିକାଲ ପାଠ୍ୟକ୍ରମରେ ସିଟ୍ ଖାଲି ରହିପାରିବ ନାହିଁ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି ଏବଂ ରାଜ୍ୟ ସମେତ ହିତାଧିକାରୀଙ୍କ ସହ ବୈଠକ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଙ୍ଗରେ ନିଯୁକ୍ତ କମିଟିର ସୁପାରିସକୁ ବିଚାର କରିବାକୁ ମଧ୍ୟ କୋର୍ଟ କେନ୍ଦ୍ରକୁ କହିଛନ୍ତି। ଦେଶରେ ମେଡିକାଲ ସିଟ୍ ଖାଲି ନ ରଖିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ସ୍ପଷ୍ଟଭାବେ କହିଛନ୍ତି ଯେ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବଣ୍ଟିତ ସିଟ୍ ଖାଲି ରହିପାରିବ ନାହିଁ। ଏ ସଂକ୍ରାନ୍ତରେ ସେ କେନ୍ଦ୍ର ସରକାରଙ୍କୁ ରାଜ୍ୟଗୁଡ଼ିକର ହିତାଧିକାରୀଙ୍କ ସହ ବୈଠକ କରିବାକୁ କହିଛନ୍ତି। ଏହି ପ୍ରସଙ୍ଗରେ ନିଯୁକ୍ତ କମିଟିର ସୁପାରିସକୁ ବିଚାର କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ବିଚାରପତି ବିଆର ଗଭାଇ ଓ ଜଷ୍ଟିସ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ମେଡିକାଲ ପାଠ୍ୟକ୍ରମରେ ସିଟ୍ ଖାଲି ପଡ଼ିବା ମାମଲାର ଶୁଣାଣି କରିଛନ୍ତି।…

Read More