Author: Purva Paksha

PBD: ଏବେ ଭୁବନେଶ୍ୱରରେ ଥିବା ସମସ୍ତ ତାରକା ହୋଟେଲର ପ୍ରକୋଷ୍ଠଗୁଡ଼ିକ ଆସନ୍ତା ଜାନୁଆରୀର ପ୍ରଥମାର୍ଦ୍ଧରେ ସରକାରଙ୍କ ନିୟନ୍ତ୍ରଣରେ ରହିବ। ପୂର୍ବରୁ ଯେଉଁମାନେ ହୋଟେଲ ପ୍ରକୋଷ୍ଠ ସଂରକ୍ଷିତ କରିଛନ୍ତି ସେମାନେ ଏଥିଯୋଗୁ ପ୍ରଭାବିତ ହେବେ ନାହିଁ। ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଥିବା ତିନିଦିନିଆ ପ୍ରବାସୀ ଭାରତୀୟ ଦିବସ ପାଇଁ ବିଭିନ୍ନ ଅତିଥି ଭବନ ଓ ହୋଟେଲ ଆଦିରେ ୩୭୦୦ରୁ ଅଧିକ ପ୍ରକୋଷ୍ଠ ବ୍ୟବସ୍ଥା କରାଯିବା ସହ ପ୍ରତିନିଧିମାନେ ଯେଭଳି ଉନ୍ନତମାନର ଓଡ଼ିଆ ଖାଦ୍ୟ ପାଇବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ପ୍ରବାସୀ ଭାରତୀୟ ଦିବସ ଆସନ୍ତା ଜାନୁଆରୀ ୮ରୁ ୧୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଷଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ, ପଦାଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆମେରିକା, ୟୁରୋପ, ମଧ୍ୟପ୍ରାଚ୍ୟ ସମେତ ବିଶ୍ୱର ବିଭିନ୍ନ ଦେଶରୁ ବହୁ ପ୍ରବାସୀ ଭାରତୀୟ ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏହାକୁ ଆଖି ଆଗରେ ରଖି…

Read More