Author: Purva Paksha

Cattle Feed: ଗାଁ ଗହଳରେ ଏବେ ଗୋଟିଏ କିଲୋ କୁଣ୍ଡାର ଦର ୧୦ ଟଙ୍କା ହୋଇଥିବାବେଳେ ଚୋକଡ଼ କିଲୋ ୨୦ ଟଙ୍କା ଛୁଇଁଲାଣି। ଅନ୍ୟାନ୍ୟ ଗୋଖାଦ୍ୟର ଦର ବି ଆକାଶଛୁଆଁ। ଗୋଟିଏ ପଟେ ସରକାରୀ ସ୍ତରରେ ଦୁଗ୍ଧ ଦର ବୃଦ୍ଧି ପାଉନଥିବାବେଳେ ଅନ୍ୟପଟେ ବ୍ୟବସାୟୀମାନେ ଗୋଖାଦ୍ୟର ଦର ବଢ଼ାଇ ଚାଲିଥିବାରୁ ଦୁଗ୍ଧଚାଷୀମାନଙ୍କ ଆୟ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଗୋଖାଦ୍ୟ ପାଇଁ ଓଡ଼ିଶା ବି ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଭଳି ରାଜ୍ୟର ନିର୍ଭରଶୀଳତା ଯୋଗୁଁ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଓଡ଼ିଶାରୁ ଏ ବାବଦରେ କୋଟି କୋଟି ଟଙ୍କାର ମୁନାଫା ଉଠାଉଛନ୍ତି। ରାଜ୍ୟରେ ଗୋପାଳନକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଏହା ଜରିଆରେ ଆତ୍ମନିଯୁକ୍ତି ବୃଦ୍ଧି ପାଉଛି। ରାଜ୍ୟ ସରକାର ମଧ୍ୟ ଗୋପାଳନ ପାଇଁ ବିଭିନ୍ନ ପ୍ରକାରର ସହାୟତା ଯୋଗାଇ ଦେଉଛନ୍ତି। ବର୍ତ୍ତମାନ ରାଜ୍ୟରୁ କେବଳ ଓମଫେଡ୍‍ ୫ଲକ୍ଷ ୪୦ହଜାର କିଲୋରୁ ଅଧିକ ଦୁଗ୍ଧ ସଂଗ୍ରହ…

Read More