Author: Purva Paksha

ଅନ୍ୟ ରାଜ୍ୟରୁ ଅଣାଯାଉଥିବା ମହାବଳ ବାଘ ଓଡ଼ିଶା ଜଙ୍ଗଲରେ ତିଷ୍ଠିପାରୁ ନାହାନ୍ତି। ୨୦୧୮ ମସିହାରେ ଦୁଇଟି ମହାବଳ ଆଣି ବାଘବଂଶ ବୃଦ୍ଧି ଯୋଜନା ଫେଲ୍‍ ମାରିଥିବାବେଳେ ଛଅବର୍ଷ ପରେ ପୁଣିଥରେ ଆଣିଥିବା ଆଉ ଦୁଇଟି ମହାବଳ ଏବେ ତିନିଟି ରାଜ୍ୟର ସରକାରଙ୍କୁ ନାକେଦମ କଲେଣି। ଓଡ଼ିଶାରେ ମହାବଳ ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ନିରନ୍ତରଭାବେ ଉଦ୍ୟମ କରୁଛନ୍ତି। ଏଥିପାଇଁ ୨୦୧୮ ମସିହାରେ ଦୁଇଟି ମହାବଳ ଆଣିଥିଲେ। ବାଘ ମହାବୀର ଓ ବାଘୁଣି ସୁନ୍ଦରୀକୁ ମଧ୍ୟପ୍ରଦେଶରୁ ଅଣାଯାଇଥିଲା। ମହାବୀର କାହ୍ନାରୁ ଆସିଥିବାବେଳେ ବାନ୍ଧବଗଡ଼ରୁ ଆସିଥିଲା ସୁନ୍ଦରୀ। ଉଭୟଙ୍କୁ ସାତକୋଶିଆରେ ଛଡ଼ା ଯାଇଥିଲା। ସମସ୍ତ ପ୍ରକାର ସୁରକ୍ଷା ଓ ନଜର ସତ୍ତ୍ୱେ ମହାବୀର ସାତକୋଶିଆରେ ଫାଶରେ ପଡ଼ିମୃତ୍ୟୁବରଣ କରିଥିଲା। ମହାବୀର ମରିବାପରେ ରାଜ୍ୟ ସରକାର ସୁନ୍ଦରୀକୁ ମଧ୍ୟପ୍ରଦେଶକୁ ଫେରାଇ ଦେଇଥିଲେ। ଏହାପରେ ଅନ୍ୟରାଜ୍ୟରୁ ବାଘ ଆଣି ଓଡ଼ିଶାରେ ବାଘ ବଂଶ ବୃଦ୍ଧି ଯୋଜନାକୁ ସ୍ଥଗିତ ରଖାଯାଇଥିଲା। ତେବେ ଛଅବର୍ଷ ପରେ ପୁଣିଥରେ…

Read More