Author: Purva Paksha

ରାଜ୍ୟର ସର୍ବବୃହତ୍‍ ଆଞ୍ଚଳିକ ଦଳ, ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ବିଜେଡି ଏବେ ଅସ୍ତବ୍ୟସ୍ତ। ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଚାଲିଥିବାବେଳେ ବିରୋଧୀ ଦଳ ନେତା ନାହାନ୍ତି। ଦଳର ଅଘୋଷିତ ରଣନୀତିକାର ବି ରାଜ୍ୟ ବାହାରେ। ଏପଟେ ନେତାଙ୍କ ଚଉକି ଜଗି ବସିଥିବା ବିଧାୟକମାନଙ୍କ ଭିତରେ ଅସ୍ତିତ୍ୱ ସଙ୍କଟ ଦିନକୁ ଦିନ ବଢ଼ି ଚାଲିଛି। ଗୋଟିଏ ନିର୍ଦ୍ଦିଷ୍ଟ ବର୍ଗ ନିଜକୁ ବଞ୍ଚାଇବା ଲାଗି ଦଳରେ ନିମ୍ନ ସ୍ତରର ରାଜନୀତି ଖେଳିବା ଆରମ୍ଭ କରିଛନ୍ତି। ତାହା ହେଲା ମହିଳାଙ୍କ ଚରିତ୍ର ସଂହାର। ଯେଉଁ ଦଳ ଦିନେ ମହିଳାଙ୍କ ସୁରକ୍ଷା କଥା କହି ରାଜ୍ୟବାସୀଙ୍କ ଭୋଟ୍‍ ପାଉଥିଲା ଆଜି ସେ ଦଳରେ ଏପରି କନ୍ଦଳ ଆତ୍ମଘାତୀ ଆକ୍ରମଣ ବୋଲି ଚର୍ଚ୍ଚା ହେଉଛି। ନିଜ ଦଳର ମହିଳା ନେତ୍ରୀଙ୍କୁ ବ୍ଲାକମେଲିଂ ଓଡ଼ିଶାର ପରମ୍ପରା ନୁହେଁ କାହିଁ କେଉଁ କାଳରୁ ମହିଳା ସଶକ୍ତିକରଣ ଏକ ରାଜନୀତିକ ଉଚ୍ଚାରଣ ହୋଇ ରହି ଆସିଛି। କିଏ ଏଠି ସଶକ୍ତ ହୋଇଛି ଆଉ…

Read More