Author: Purva Paksha

ନିଜ ବିଭାଗର ବିଫଳତା କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ। ସିଧା ସଳଖ ନ ହେଲେ ବି ଉତ୍ତରରେ ଯାହା ବି କହିଛନ୍ତି ତାହା ମୁଖ୍ୟମନ୍ତ୍ରୀଙ୍କ ବିଭାଗର ତ୍ରୁଟିକୁ ଜଳଜଳ ଆଗକୁ ଆଣୁଛି। ଏହା ପୁଣି ରାଜ୍ୟ କ୍ୟାବିନେଟର ଦ୍ୱିତୀୟ ପାଓ୍ୱାରଫୁଲ୍‍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଦ୍ୱାରା ହୋଇଛି। କିଛଦିନ ତଳେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ପୃଥ୍ୱୀରାଜ ଚର୍ଚ୍ଚାରେ ଥିଲେ। ଆଉ ବିଧାନସଭାରେ ସେ ଦେଇଥିବା ଏକ ଉତ୍ତର ଏହି ତୁତୁ-ମେଁମେଁକୁ ଅଧିକ ସଂଗଠିତ କରିଥିବା ନେଇ ପ୍ରଶ୍ନ ଉଠାଇଛି। ବିଧାନସଭାରେ କଂଗ୍ରେସର ବରିଷ୍ଠ ସଦସ୍ୟ ଆଜି ଏକ ପ୍ରଶ୍ନ ପଚାରିଥିଲେ। ଯେଉଁଥିରେ ରାଜ୍ୟର ବିଭିନ୍ନ କୋର୍ଟରେ ବଢ଼ୁଥିବା ବିଚାରାଧୀନ ମାମଲା ବିଷୟରେ ଉଦବେଗ ପ୍ରକାଶ କରାଯାଇଥିଲା। ସେ ପଚାରିଥିଲେ ରାଜ୍ୟରେ ବଢ଼ୁଥିବା ବିଚାରାଧୀନ ମାମଲାର କାରଣ କ’ଣ? ମନ୍ତ୍ରୀ ଯେଉଁ ଉତ୍ତର ଦେଇଛନ୍ତି ତାହାକୁ ଦେଖିଲେ ସ୍ପଷ୍ଟ ହେଉଛି ଯେ ଆଇନ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଉତ୍ତରରେ ଅପାରଗ ବୋଲି…

Read More