Author: Purva Paksha

ପିଲାବେଳେ ମିଛିମିଛିକା ଚୋର-ପୁଲିସ ଖେଳ ପ୍ରାୟତଃ ଗୋଟିଏ ମଧ୍ୟବିତ୍ତ ଶ୍ରେଣୀ ପିଲା ପାଇଁ ଏକ ନିହାତି ପରିଚିତ ଖେଳ। ପଡ଼ିଆରେ ହେଉ ବା ଘରେ ବସିଥିବାବେଳେ ହେଉ ଆମେ ସମୟ ପାଇଲେ ଗୋଷ୍ଠୀରେ ଏ ଖେଳ ଖେଳିଥାଉ। ଏବେ କିନ୍ତୁ ସମ୍ଭ୍ରାନ୍ତ ଶ୍ରେଣୀର ରାଜନୀତି ଖେଳରେ ଏହା ଦେଖିବାକୁ ମିଳୁଛି। କିଏ କୁଆଡ଼େ କେତେବେଳେ କାହାକୁ ସମର୍ଥନ ବା ବିରୋଧ କରୁଛି ତାହା ସାଧାରଣ ରାଜନେତାଙ୍କୁ ଜାଣିବା କାଠିକର ପାଠ। ଆଉ ଏମିତି ଏକ ଅବୁଝା ସମୀକରଣକୁ ସମାଧାନ କରିବାକୁ ଯାଉଛି ନୂଆପଡ଼ା ଉପ ନିର୍ବାଚନ। ଯେଉଁଥିରେ ଦୁଇ ପରସ୍ପର ବିରୋଧୀଙ୍କୁ ଏକାଠି ଅବତାରଣା ପାଇଁ ଦିଲ୍ଲୀରେ ଚାଲିଛି ମସୁଧା। ଓଡ଼ିଶା ରାଜନୀତିରେ ନୂଆପଡ଼ା ଉପ ନିର୍ବାଚନ ଏକ ମୋଡ଼ ପରିବର୍ତ୍ତନକାରୀ ପର୍ଯ୍ୟାୟ। ଐତିହାସିକ ପୃଷ୍ଠଭୂମିରେ ତଥ୍ୟ ସହ ମୁଁ ଆପଣଙ୍କୁ ୧୧ ତାରିଖରେ ଏ ବିଷୟ କହିଥିଲି। ଆପଣ ଚାହିଁଲେ ଡେସ୍କ୍ରିପସନ୍‍ ବକ୍ସରେ ଥିବା ଲିଙ୍କକୁ ଯାଇ ସେ ଅଧ୍ୟାୟକୁ…

Read More