Author: Purva Paksha

Budget 2025 Expectations: କେନ୍ଦ୍ରୀୟ ବଜେଟ୍ ୨୦୨୫ ଉପସ୍ଥାପନ ହେବାକୁ ଆଉ ମାତ୍ର କିଛିଦିନ ବାକି ଅଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ତାରିଖରେ ବଜେଟ ଉପସ୍ଥାପନ କରିବେ। ଏହି ବଜେଟରେ ରେଳବାଇ ପାଇଁ ଅନେକ ନୂଆ ଘୋଷଣା ହୋଇପାରେ। ସେହିପରି ରେଳବାଇର ବଜେଟ୍ ୧୫ରୁ ୨୦ ପ୍ରତିଶତ ବୃଦ୍ଧି ପାଇପାରେ। ଅନେକ ନୂତନ ଅତ୍ୟାଧୁନିକ ଟ୍ରେନ୍ ସଂଖ୍ୟା ବଢ଼ିପାରେ। ଫେବ୍ରୁଆରି ୧ରେ ଉପସ୍ଥାପିତ ହେବ କେନ୍ଦ୍ର ବଜେଟ୍। ରେଳବାଇ ପାଇଁ ଅନେକ ନୂଆ ଘୋଷଣା ହୋଇପାରେ । ବନ୍ଦେ ଭାରତ ସମେତ ଅନେକ ନୂଆ ଟ୍ରେନ୍ ଘୋଷଣା ହୋଇପାରେ। ସଂସଦର ବଜେଟ୍ ଅଧିବେଶନର ତାରିଖ ପ୍ରକାଶ ପାଇଛି। ଜାନୁଆରି ୩୧ରୁ ଏହା ଆରମ୍ଭ ହେବ। ଫେବ୍ରୁଆରି ପହିଲାରେ ବଜେଟ୍ ଉପସ୍ଥାପନ ହେବ। ଏହି ବଜେଟ୍ ଉପରେ ବେତନଭୋଗୀ ଓ ବ୍ୟବସାୟୀମାନେ ନଜର ରଖିବେ। ଅନ୍ୟପକ୍ଷରେ ରେଳବାଇକୁ ଏହି ବଜେଟରୁ ଅନେକ ଉପହାର ମଧ୍ୟ ମିଳିପାରେ। ବିଶେଷଜ୍ଞଙ୍କ ମତରେ ବଜେଟରେ ୧୦ଟି…

Read More