Author: Purva Paksha

Naxalite commander Chalapathi: ଓଡ଼ିଶା ଏରିଆ କମିଟିର ମାଓନେତା ଚଲପତି ଜୟରାମ ଓରଫ ରାମଚନ୍ଦ୍ରନ ଓରଫ ପ୍ରତାପ ରେଡ୍ଡୀ ଓରଫ ଆପ୍ପା ରାଓ ଓରଫ ରବି ନାମରେ ମଧ୍ୟ ସେ ପରିଚିତ ଥିଲା। ଛତିଶଗଡ଼ ଓ ଓଡ଼ିଶାର ଜଙ୍ଗଲରେ ଆତଙ୍କର ପ୍ରତୀକ କୁଖ୍ୟାତ ନକ୍ସଲ ଚଲପତି ପୁଲିସ ଏନକାଉଣ୍ଟରରେ ନିହତ ହୋଇଛି। ଚଲପତି ମୁଣ୍ଡ ଉପରେ ୧ କୋଟି ଟଙ୍କାର ପୁରସ୍କାର ଥିଲା। ଏହି ଦୁର୍ଦ୍ଦାନ୍ତ ନକ୍ସଲ ଛତିଶଗଡ଼ର ଭାଲୁଡିଗି ଓ ସୋନାବେଡ଼ା ଅଞ୍ଚଳରେ ଲୁଚି ରହିଥିଲା। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଅତ୍ୟାଧୁନିକ ଉପକରଣକୁ ଭଲ ପାଉଥିବା ଏହି ମାଓ କମାଣ୍ଡର ଥିଲା ଆନ୍ଧ୍ରପ୍ରଦେଶର ବାସିନ୍ଦା। ତେବେ ସେ ଗୋଣ୍ଡି, ଛତିଶଗଡ଼ୀ, ହିନ୍ଦୀ, ତେଲୁଗୁ ଓ ଓଡ଼ିଆ ଭାଷାକୁ ଭଲଭାବେ ଜାଣିଥିଲା। ଏହି ସବୁ ଭାଷାରେ ସେ ନିଜ ସହକର୍ମୀଙ୍କ ସହ କଥାବାର୍ତ୍ତା ହେଉଥିଲା। ଓଡ଼ିଶା ଏରିଆ କମିଟିର ମାଓନେତା ଚଲପତି ଜୟରାମ ଓରଫ ରାମଚନ୍ଦ୍ରନ ଓରଫ ପ୍ରତାପ ରେଡ୍ଡୀ ଓରଫ…

Read More