Author: Purva Paksha

ଗତ ନିର୍ବାଚନରେ ହାରିବା ପରେ ଡ. ଅଚ୍ୟୁତ ସାମନ୍ତଙ୍କ ହାବ, ଭାବ ଓ ଅଭାବରେ ପରିବର୍ତ୍ତନ ହୋଇଛି। ନିଜକୁ ଦୁଇଟି ଘରୋଇ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତାଭାବେ ନିଜକୁ ସେ କହନ୍ତି। ଏହା ବି ଖୁବ୍‍ ଜୋରରେ ପ୍ରଚାର ହୁଏ। ବିଶେଷକରି କିସ୍‍ ଆଦିବାସୀ ବିଶ୍ୱବିଦ୍ୟାଳୟରେ ୪୦ ହଜାର ଆଦିବାସୀ ଛାତ୍ରଛାତ୍ରୀଙ୍କୁ ସେ ମାଗଣାରେ ରହିବା ଖାଇବା ପଢ଼ିବା ବ୍ୟବସ୍ଥା କରନ୍ତି ବୋଲି ଡିଣ୍ଡିମ ପିଟାଯାଏ। କିନ୍ତୁ ବାସ୍ତବରେ ଏହି ପିଲାଙ୍କ ପାଇଁ କୋଟି କୋଟି ଟଙ୍କା ସରକାରୀ ସହାୟତା ଉଠାଇଥାନ୍ତି। ବିଧାନସଭାରେ ଯେଉଁ ତଥ୍ୟ ଉପସ୍ଥାପନ କରାଯାଇଛି ତାହାକୁ ଦେଖିଲେ ଆପଣମାନେ ବି ଏଥିରେ ତାଜୁବ ହେବେ। କାରଣ ସେ ଯେଉଁ ୪୦ ହଜାର ପିଲାଙ୍କ ପାଇଁ ବ୍ୟବସ୍ଥା କରୁଛନ୍ତି ବୋଲି ପ୍ରଚାର କରନ୍ତି, ସରକାରୀ ତଥ୍ୟରେ ସେ ବିଷୟରେ କୌଣସି ସୂଚନା ନାହିଁ। ବିଧାନସଭାରେ ମନ୍ତ୍ରୀ କହିଛନ୍ତି ୧୪ହଜାର ୪୮୨ ଜଣ ଛାତ୍ରଛାତ୍ରୀ କିସରେ ପଢ଼ୁଛନ୍ତି। ପ୍ରଶ୍ନ ଉଠୁଛି ଅଚ୍ୟୁତ ମିଛ…

Read More