Author: Purva Paksha

ଆଉ ଛଅମାସ ପରେ ରାଜ୍ୟସଭାରେ ଖାଲି ହେଉଥିବା ଓଡ଼ିଶାର ୪ ଆସନ ଲାଗି ରାଜ୍ୟରେ ନିର୍ବାଚନ ହେବ। ଏହା ପୂର୍ବରୁ ଓଡ଼ିଶାରେ ବି ନୂଆପଡ଼ା ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହେବ। ହେଲେ ଏ ଭିତରେ ଆଉ ଏକ ବିଧାନସଭା ଆସନରେ ଉପ ନିର୍ବାଚନ ଲାଗି ପ୍ରସ୍ତୁତ ହେଉଛି ବିଜେଡି। ଏହା ପୁଣି ପାଣ୍ଡିଆନ୍‍ଙ୍କ ଧର୍ମପତ୍ନୀ ତଥା ତାମିଲ ବୋହୁ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ବିଜେଡି ଦଳ ସହିତ ରାଜନୀତିରେ ଏଣ୍ଟ୍ରି କରାଇବା ଲାଗି ଯୋଜନା ପ୍ରସ୍ତୁତ ହେଉଛି। ସରକାରୀ ଚାକିରିରୁ ଇସ୍ତଫା ଦେବା ପରେ ସୁଜାତା ରାଜନୀତିକୁ ଆସିବା ଲାଗି ଯେମିତି ଉଚ୍ଛନ୍ନ ହେଉଛନ୍ତି, ସେହି ଅନୁସାରେ ପରିସ୍ଥିତି ସୃଷ୍ଟି ପାଇଁ ହେଉଥିବା ଉଦ୍ୟମରେ ଏହି ଚର୍ଚ୍ଚା ଏବେ ସାମ୍ନାକୁ ଆସିଛି। ସୁଜାତାଙ୍କୁ ରାଜ୍ୟ ରାଜନୀତିରେ ଥଇଥାନ କରିବା ପାଇଁ କେନ୍ଦ୍ରାପଡ଼ାର ଦୁଇଟି ଓ ଜଗତସିଂହପୁରର ଗୋଟିଏ ବିଧାନସଙା ଆସନକୁ ପ୍ରାଥମିକ ସ୍ତରରେ ଚିହ୍ନିତ କରାଯାଇଥିବା ନେଇ ଆଲୋଚନା…

Read More