Author: Purva Paksha

ବାରମ୍ବାର ସୋଶାଲ୍‍ ମିଡ଼ିଆରେ ନେତୃତ୍ୱଙ୍କ ଦୁର୍ବଳତାକୁ ଇଙ୍ଗିତ କରି ଚର୍ଚ୍ଚାରେ ଥିବା ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଦଳର ଉପ ସଭାପତିଙ୍କ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଏହି ଆଦେଶ ଦିଆଯାଇଛି। ଦଳ ବିରୋଧୀ କାର୍ଯ୍ୟକଳାପ ହେତୁ ତାଙ୍କୁ ନିଲମ୍ବନ କରାଯାଇଥିବା ଏଥିରେ କୁହାଯାଇଛି। ଶ୍ରୀମୟୀଙ୍କ ସହ ମୟୁରଭଞ୍ଜର ଦୁଇ ବିଜେଡି ନେତା ସୁବାସ ଚନ୍ଦ୍ର ସାଏ ଓ ପ୍ରବୀର ଚନ୍ଦ୍ର ସାଏଙ୍କୁ ମଧ୍ୟ ତତ୍‍କ୍ଷଣାତ ନିଲମ୍ବନ କରାଯାଇଛି। ଶ୍ରୀମୟୀ ମିଶ୍ର ବିଜୁ ଜନତା ଦଳର ମହିଳା ବ୍ୟାପାର ସାଧାରଣ ସମ୍ପାଦକ ଥିଲେ। ସେ ୨୦୨୪ ନିର୍ବାଚନରେ ବିଜେଡି ପାଇଁ ପ୍ରାର୍ଥୀ ହେବେ ବୋଲି ପ୍ରଚାର କରାଯାଇଥିଲେ ମଧ୍ୟ ତାଙ୍କୁ ଟିକଟ ଦିଆଯାଇନଥିଲା। ଏହାକୁ ନେଇ ସେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଥିଲା। କିନ୍ତୁ ଏହା ସ୍ପଷ୍ଟ ହୋଇଥିଲା ଯେତେବେଳେ ଶ୍ରୀମୟୀ ନିଜ ଶୋଶାଲ୍‍ ମିଡିଆ ହ୍ୟାଣ୍ଡଲରୁ ବିଜେଡିର ସଂଯୋଗକୁ ହଟାଇ ନିଜକୁ ଜଣେ ସଙ୍ଗୀତ ପ୍ରେମୀର…

Read More