Author: Purva Paksha

ଆଜି ଆପଣଙ୍କୁ ବିଜେଡି ଘରର ହାଲଚାଲ କହିବି। ଇତିହାସର ପୃଷ୍ଠଭୂମି ଦେବି। କେମିତି ଏଠି ନେତାଙ୍କୁ ଅପମାନିତ କରାଯାଇଛି, କେମିତି ପ୍ରତିଶୋଧ ପରାୟଣ ହୋଇଛନ୍ତି ପରମ ସହାୟକ ତାହା କହିବି। ଜଣେ ମହିଳାଙ୍କୁ ପ୍ରତିଷ୍ଠିତ କରିବା ପାଇଁ ଆଉ ଜଣେ ମହିଳା ନେତ୍ରୀଙ୍କୁ କିପରି ଅପମାନିତ କରାଯାଇ ନିର୍ଯାତିତ କରାଗଲା ତାହା ବି ଉପସ୍ଥାପନ କରିବି। ଭାରି ରୋଚକ ହେବ ଏ କାହାଣୀ। କାରଣ ଯେଉଁ ନେତାଙ୍କୁ ସୁପର ହିରୋ ବୋଲି  ଓଡ଼ିଶାବାସୀ ବର୍ଷବର୍ଷ ଧରି ଗ୍ରହଣ କରିଥିଲେ ସେ ହିଁ ଏ କାହାଣୀର ମୁଖ୍ୟ ଭିଲେନ୍‍। ଦଳର ଆନ୍ଦୋଳନ ପାଇଁ ନବୀନଙ୍କ ସମର୍ଥନ ନାହିଁ ରାଜ୍ୟରେ ବିଧାନସଭା ଚାଲିଛି। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେଡି ସରକାରଙ୍କୁ ଘେରୁଛି। ବିଧାନସଭାର ବାହାରେ ମଧ୍ୟ ବିଶାଳ ଶୋଭାଯାତ୍ରାରେ ଦଳ ଶକ୍ତି ପ୍ରଦର୍ଶନ କରୁଛି କିନ୍ତୁ ସଭାପତି କି ତାଙ୍କ ସଭାପତିଙ୍କ ପରମ ସହାୟକ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‍ ରାଜ୍ୟରେ ନାହାନ୍ତି। ଜାଣିଶୁଣି ଏପରି ଉଭାନ…

Read More