Author: Purva Paksha

ଯେକୌଣସି ସଂସଦୀୟ ଗଣତନ୍ତ୍ରରେ ବିଧାନସଭା ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ସାଧାରଣ ଲୋକଙ୍କ ସମସ୍ୟା ଓ ଆହ୍ୱାନକୁ ଆଲୋଚନା କରି ଏକ ଭବିଷ୍ୟଦ୍ରଷ୍ଟା ସମାଧାନର ବାଟ କାଢ଼ିବା ଲାଗି ଏହା ଉତ୍କୃଷ୍ଟ ପ୍ଲାଟଫର୍ମ। କିନ୍ତୁ ଦିନକୁ ଦିନ ଏହି ପ୍ଲାଟଫର୍ମ ସଙ୍କୁଚିତ ହେଉଥିବା ଭଳି ମନେହେଉଛି। ବିଶେଷକରି ଓଡ଼ିଶାରେ ବିଜେପି ସରକାରକୁ ଆସିବା ପରଠାରୁ ଗୃହରେ ବିରୋଧୀ ଦଳ ଆଲୋଚନା କରିବା ଅପେକ୍ଷା ହୋ ହଲ୍ଲା ଅଧିକ କରୁଛନ୍ତି। ଫଳରେ ସରକାରୀ ଦଳର କାର୍ଯ୍ୟ ତ ହୋଇଯାଉଛି କିନ୍ତୁ ସରକାରଙ୍କ ଉପରେ ସାମ୍ବିଧାନିକ ଭାବେ ଅଙ୍କୁଶ ଲଗାଇବାରେ ବିଫଳ ହେଉଛି ବିରୋଧୀ ଦଳ। ଗତକାଲି ଶେଷ ହୋଇଥିବା ବିଧାନସଭାର ମୌସୁମୀ ଅଧିବେଶନ ବି ଅନୁରୂପ ଯୁକ୍ତିକୁ ପ୍ରମାଣିତ କରିଛି। କିନ୍ତୁ ଦୀର୍ଘ ବର୍ଷ ପରେ ଏକ ବଳଶାଳୀ ବିରୋଧୀ ଦଳ ପାଇଥିବା ରାଜ୍ୟରେ କାହିଁକି ଏ ପରିସ୍ଥିତି? ଏଭଳି ଦୁର୍ବଳ ବିରୋଧୀ କ’ଣ ବିଜେପିକୁ ଅଙ୍କୁଶ ଲଗାଇବାରେ ସକ୍ଷମ ହୋଇପାରିବ? ପ୍ରଶ୍ନବାଚୀରେ ବିରୋଧୀଦଳର…

Read More