Author: Purva Paksha

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭୬ତମ ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଦେଶବାସୀଙ୍କୁ ଗଣତନ୍ତ୍ର ଦିବସ ପାଇଁ ଅଭିନନନ୍ଦନ ଜଣାଇ ସେ କହିଛନ୍ତି ଯେ, ଆଗାମୀ ଦିନରେ ଅର୍ଥନୈତିକ ସଂସ୍କାର ସମର୍ଥିତ ବିକାଶ କାର୍ୟ୍ୟ ଜାରି ରହିବ। ଦେଶର ସମ୍ବିଧାନ କାର୍ଯ୍ୟକାରୀ ହେବାର ୭୫ ବର୍ଷର ସମୟକୁ ଦେଶ ପାଇଁ ଆତ୍ମ ସମୀକ୍ଷାର ସମୟ ବୋଲି ମଧ୍ୟ କହିଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ବିଶ୍ୱର ସର୍ବପ୍ରାଚୀନ ସଭ୍ୟତା ମଧ୍ୟରୁ ଗୋଟିଏ ଭାରତକୁ ଜ୍ଞାନ ଏବଂ ବିବେକର ଉତ୍ପତ୍ତିସ୍ଥଳ ବୋଲି ବିବେଚନା କରାଯାଉଥିଲା, କିନ୍ତୁ ଭାରତକୁ ଏକ ଅନ୍ଧାର ସମୟ ଦେଇ ମଧ୍ୟ ଗତି କରିବାକୁ ପଡିଥିଲା। ସେହି ସମୟରେ ଦେଶ ପାଇଁ ଲଢେଇ କରି ଯେଉଁମାନେ ମାତୃଭୂମିକୁ ବିଦେଶୀ ଶାସନ କବଳରୁ ମୁକ୍ତ କରିବା ପାଇଁ ବଳିଦାନ ଦେଇଥିଲେ ଆଜି ସେମାନଙ୍କୁ ସର୍ବପ୍ରଥମେ ମନେ ପକାଇବା ଉଚିତ। ଏହି ବର୍ଷ ଆମେ ଭଗବାନ ବିର୍ସା ମୁଣ୍ଡାଙ୍କ…

Read More